ଲାୟନ୍ସ ଇଣ୍ଟରନ୍ୟାସନାଲ ଜିଲ୍ଲା ୩୨୨ ସି୪ ତରଫରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ବଣ୍ଟନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଲାୟନ୍ସ ଇଣ୍ଟରନ୍ୟାସନାଲ ଜିଲ୍ଲା ୩୨୨ ସି୪ ତରଫରୁ ବନ୍ୟା କ୍ଷତିଗ୍ରସ୍ତ କଣାସ ବ୍ଲକ ଓ ନିମାପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲାୟନ୍ସ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ଆର୍ଥିକ ଅନୁଦାନରେ ବନ୍ୟା କ୍ଷତିଗ୍ରସ୍ତ ୨୫୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଅଟା, ହରଡ଼ ଡ଼ାଲି, ଚୁଡ଼ା, ଗୁଡ଼, ଚା ପତି, ଅମୁଲ, ମହମବତୀ, ଦିଆସିଲ, ବିସ୍କୁଟ, କମ୍ବଳ, ଶାଢୀ, ତାରପଲିନ ଇତ୍ୟାଦି ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ୩୨୨ସି୪ ଜିଲ୍ଲାର ମୁଖ୍ୟ ଲାୟନ ସୁରେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଛି । ଏଥିରେ ୩୨୨ସି୪ ଜିଲ୍ଲାର ବିଭିନ୍ନ ପଦାଧିକାରୀ, ଭୁବନେଶ୍ୱର ଓ ପୁରୀର ସମସ୍ତ କ୍ଲବର ପଦାଧିକାରୀ ଓ ସଭ୍ୟ, ସଭ୍ୟାମାନେ ଯୋଗ ଦେଇ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ ।