ଲାୟନ୍ସ କ୍ଲବସ୍ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୨ସି୪ ତରଫରୁ ‘ଫନି’ ରିଲିଫ୍ ପ୍ରଦାନ

ଭୁବନେଶ୍ୱର,( ଯୁଗାବ୍ଦ ନ୍ୟୁଜ) : ଶନିବାର ଅପରାହ୍ନ ୩ ଘଟିକାରୁ ୬ ଘଟିକା ମଧ୍ୟରେ ଲାୟନ୍ସ କ୍ଲବସ୍ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୨-ସି-୪ ଦ୍ୱାରା ‘ଫନି’ ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଗରିବ ବ୍ୟକ୍ତିମାନଙ୍କୁ ଡିଷ୍ଟ୍ରିକ୍ଟ ସେଣ୍ଟର ଦୁର୍ଗାପୂଜା ମଣ୍ଡପସ୍ଥ କଳାମନ୍ଦିର ରୟାଲ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ସାମ୍ନାରେ ରିଲିଫ ବଣ୍ଟନ କାର୍ଯ୍ୟ ସମାପନ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ । ଲାୟନ୍ସ ଗଭର୍ଣ୍ଣର ଲାୟନ୍ସ ବିଶ୍ୱନାଥ ମହାନ୍ତିଙ୍କ ଦ୍ୱାରା ରିଲିଫ କାର୍ଯ୍ୟକ୍ରମ ପରି•ଳନା କରାଯାଇଥିଲା । ଏଥିରେ ୧ ହଜାର ପରିବାରଙ୍କୁ ରିଲିଫ୍ ଅଟା, ସୁଜି, ଗୁଡ଼, • ପ୍ୟାକେଟ, ବିସ୍କୁଟ, କମ୍ବଳ, ଶାଢୀ, ଲୁଙ୍ଗି, ଗାମୁଛା, ପାଣିବୋତଲ, ଷ୍ଟିଲ୍ ଟିଫିନ ବକ୍ସ ଏବଂ ପଲିଥିନ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର, ଡ଼ିଜିଟିମ୍, ଫାଷ୍ଟ ଲେଡ଼ି ରେବତୀ ସ, ସମସ୍ତ କ୍ଲବର ସଭାପତି, ସମ୍ପାଦକ ତଥା କୋଷାଧ୍ୟକ୍ଷ ଏବଂ କ୍ୟାବିନେଟର ସମସ୍ତ ଲାୟନ ବନ୍ଧୁମାନେ ଲାୟନ ସର୍ଭିସ୍ ଜ୍ୟାକେଟ ପରିଧାନ କରି ରିଲିଫ୍ ବଣ୍ଟନ କରିଥିଲେ । ଏହା ପରେ ମଧ୍ୟ ପୁରୀ, କୋଣାର୍କ, ଚନ୍ଦ୍ରଭାଗା, ବଳଙ୍ଗା ଇତ୍ୟାଦି ସ୍ଥାନମାନଙ୍କରେ ରିଲିଫ୍ ପ୍ରଦାନ କରିଥିଲେ । ଇଣ୍ଟରନ୍ୟାସନାଲ ୩୨୨-ବିର ଗଭର୍ଣ୍ଣର ଲାୟନ କିଶାନ ପୋଦାର କଲିକତାରୁ ତାଙ୍କର କ୍ୟାବିନେଟ ସମ୍ପାଦକଙ୍କ ସହ ଆସି ପୁରୀଠାରେ ଏକ ଟ୍ରକ୍ ତାରପଲିନ୍ ବଣ୍ଟନ କରିଥିଲେ । ୩୨୨ସି-୨ର ଗଭର୍ଣ୍ଣର ଲାୟନ ଦୁର୍ଗା ପ୍ରସାଦ ଶର୍ମା ଝାରସୁଗୁଡ଼ାରୁ ଆସି କୋଣାର୍କଠାରେ ୨ଟ୍ରକ ରିଲିଫ୍ ଦ୍ରବ୍ୟ ସି-୪ର ଗଭର୍ଣ୍ଣର ଲାୟନ ବିଶ୍ୱନାଥ ମହାନ୍ତିଙ୍କ ସହ ରିଲିଫ୍ ବଣ୍ଟନ କରିଥିଲେ । ଏଥିରେ ଫାଷ୍ଟ ଲେଡ଼ି ଲାୟନ ରେବତୀ ସ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ