ଲାୟନ୍ସ କ୍ଲବ ଭୁବନେଶ୍ୱର ନୟାପଲ୍ଲୀର ଅଧିଷ୍ଠାନ ଉତ୍ସବ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଲାୟନ ରବି କୁମାର ପାତ୍ରଙ୍କ ସଭାପତିତ୍ୱରେ ୟୁସିସିଆଇଠାରେ ୨୦୨୪-୨୫ବର୍ଷର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲାୟନ୍ସ ଡିଷ୍ଟ୍ରିକ୍ଟ ୩୨୨ସି୪ର ବହୁ ପୂର୍ବତନ ଗଭର୍ଣ୍ଣରମାନେ ଏବଂ ଅନ୍ୟ ଲାୟନ୍ସ କ୍ଲବର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ କ୍ଲବ ସମ୍ପାଦକ ଲାୟନ ସଂଯୁକ୍ତା ସୁବୁଦ୍ଧି ବିଭିନ୍ନ ସେବାମୂଳକ କାର୍ଯ୍ୟର ପାୱାର ପଏଣ୍ଟ ଛବି ଉତ୍ତୋଳନ କରିବା ସହିତ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ତଥା ଇନ୍ଷ୍ଟାଲେସନ ଅଫିସର ଲାୟନ ଜିଲ୍ଲା ‘୩୨୨-ଏ’ର ପୂର୍ବତନ ଗଭର୍ଣ୍ଣର ଲାୟନ ରଜନିସ କୁମାର ଲାୟନ୍ସବାଦର ମହତ ଉଦ୍ଦେଶ୍ୟରେ ତଥା ମାନବ ସେବା ଏବଂ ବିଭିନ୍ନ ପରିବେଶ ଉପଯୋଗୀମୂଳକ କାର୍ଯ୍ୟକ୍ରମଗୁଡ଼ିକ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । କ୍ଲବର ନୂତନ ବର୍ଷର ପ୍ରେସିଡେଣ୍ଟ ଲାୟନ ପ୍ରମୋଦ କୁମାର ପାତ୍ର, ସେକ୍ରେଟାରୀ ଲାୟନ ସଂଯୁକ୍ତା ସୁବୁଦ୍ଧି, ଟ୍ରେଜରର ଲାୟନ ଦୀପକ ଚୌଧୁରୀ ଏବଂ ସମସ୍ତ କର୍ମକର୍ତ୍ତାଙ୍କୁ କ୍ଲବର ବିିଭିନ୍ନ ଦାୟିତ୍ୱ ବିଷୟରେ ଅବଗତ କରାଇ ଶପଥପାଠ କରାଇଥିଲେ ।ଲାୟନ୍ସ କ୍ଲବ ଭୁବନେଶ୍ୱର ‘ନୟାପଲ୍ଲୀ’, ସମସ୍ତ ସଭ୍ୟମାନଙ୍କର ଉପସ୍ଥିତିରେ ସମ୍ମାନିତ ଅତିଥି ତଥା ଇଣ୍ଡକ୍ସନ ଅଫିସର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ ଡାକ୍ତର ଅଞ୍ଜଳି ଛୋଟରାୟ ନୂତନ ଲାୟନ ସଭ୍ୟମାନଙ୍କୁ ଆନୁଷ୍ଠାନିକ ଭାବରେ କ୍ଲବରେ ପ୍ରବେଶ କରାଇଥିଲେ । ଲାୟନ କୁନାଲ କିଶୋର ଦାସଙ୍କ ତତ୍ତ୍ୱାବଧାନରେ ଏବଂ ଏମ୍ଓସି ଲାୟନ ମହେନ୍ଦ୍ର ପାତ୍ରଙ୍କ ପରିଚାଳନାରେ ସମସ୍ତ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ପାଳିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଲାୟନ ପ୍ରଦୀପ୍ତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।