ଲିଙ୍ଗଗତ ତାରତମ୍ୟ ରୋକିବା ପାଇଁ ସଚେତନତା ଶୋଭାଯାତ୍ରା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଆଙ୍କୋରଡା ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଲିଙ୍ଗଗତ ତାରତମ୍ୟ ରୋକିବା ଦିଗରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ପରେ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରି ପୁଷ୍ପାଞ୍ଜଳି ଶତପଥୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲା ସମାଜ ମଙ୍ଗଳ ଅଧିକାରୀ ଅବିଦା ପରବିନ , ବାଲ୍ୟବିବାହ ନିରୋଧ ଜିଲା ସଂଯୋଜକ ଦେବବ୍ରତ ମହନ୍ତ , ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁଜିତ କୁମାର , ସ୍ଥାନୀୟ ସରପଞ୍ଚ ରୀନା ପ୍ରଧାନ ପ୍ରମୁଖ ସଭାରେ ମଞ୍ଚାସୀନ ଥିଲେ। ସଭାରେ କିଶୋରୀ ବାଳିକାମାନଙ୍କ ଉପରେ ହେଉଥିବା ଲିଙ୍ଗଗତ ତାରତମ୍ୟକୁ ରୋକିବା ସକାଶେ ଆୟୋଜିତ ଶୋଭାଯାତ୍ରାରେ କିଶୋରୀ ବାଳିକା ଓ ସ୍ବୟଂ ସହାୟିକା ମହିଳାମାନଙ୍କୁ ସଚେତନତା କରାଯାଇଥିଲା । ଏଥିସହ ଅନୁଷ୍ଠିତ ସଭାକାର୍ଯ୍ୟରେ ଗର୍ଭବତୀ ମହିଳାଙ୍କ ନିମନ୍ତେ ଗୋଦଭରାଇ ଏବଂ ଶିଶୁକନ୍ୟାଙ୍କ ସକାଶେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଜରିଆରେ ମାଆ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଙ୍ଗନୱାଡି ସେକ୍ଟର ସୁପ୍ରଭାଇଜର ବିଳାସିନୀ ପାଣିଗ୍ରାହୀ ଏବଂ ସାଧନା ମହିଳା ସଂଘ ସଭାନେତ୍ରୀ ପି.ବିଜୟଲକ୍ଷ୍ମୀଙ୍କ ମିଳିତ ସଂଯୋଜନାରେ ଅଙ୍ଗନୱାଡି ସୁପରଭାଇଜର ଶାନ୍ତିଲତା ଶତପଥୀ , ବାସନ୍ତୀ ଦେବୀ , ଲକ୍ଷ୍ମୀ ଶବର କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ଅଙ୍ଗନୱାଡ଼ି କର୍ମୀ ଗାୟତ୍ରୀ ପାତ୍ର , ରଶ୍ମିତା ପାତ୍ର , ଅର୍ଚ୍ଚନା ପାଢୀ , ଭାରତୀ ପାଢ଼ୀ , ସବିତା ବେହେରା , ଅହଲ୍ଯା ପ୍ରଧାନ , ସୁନିତା ପାତ୍ର , ରଞ୍ଜିତା ବେହେରା , ସ୍ନେହଲତା ଆଚାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।


