ଲିଙ୍ଗିପୁର ଗ୍ରାମ ପଂଚାୟତର ଅଧିକାଂଶ ରାସ୍ତା ମରଣଯନ୍ତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ପଂଚାୟତ ଅଫିସ ଠାରୁ ମାତ୍ର ୧୦୦ ମିଟର ଭିତରେ ଅଧିକାଂଶ ରାସ୍ତା ଅବସ୍ଥା ଶୋଚନୀୟ । ରାସ୍ତାଗୁଡିକ ତିଆରି ହେବା ପରେ ମରାମତି ପାଇଁ ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ସେତିକି ଯତ୍ନବାନ ନୁହେଁ, ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଅବସ୍ଥାର ସୁଧାର ଆସୁନି । ଏତେ ଗୁଡିଏ ଅର୍ଥ ଖର୍ଚ୍ଚ ହେବା ସତ୍ୱେ ରାସ୍ତା ମରାମତି ଠିକ ଭାବରେ ହୋଇପାରୁନି । ଏହାର ନଗ୍ନ ଉଦାହରଣ ହେଉଛି ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ପଂଚାୟତ ଅଧିନସ୍ଥ ନାଲକୋ କଲୋନୀର ରାସ୍ତା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛି । ଖାଲ, ଢିପ ଭର୍ତି । ପ୍ରତ୍ୟେକ ଦିନ ହସ୍ପିଟାଲକୁ ଆସୁଥିବା ଆମ୍ବୁଲାନ୍ସ ଏବଂ ସାଧାରଣ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନର କର୍ଣ୍ଣାପତ କରୁନାହିଁ କିମ୍ବା ପଂଚାୟତର ଦୃଷ୍ଟିକୁ ଆସୁନାହିଁ । ଏଠାରେ ଅଧିକାଂଶ ବ୍ୟକ୍ତି ବରିଷ୍ଠ ନାଗରିକ ଅଟନ୍ତି । ବର୍ଷା ହେଲେ ଆଣ୍ଠୁଏ ଲେଖା ପାଣି ରୋଡରେ ଜମି ରହୁଛି । ଡଷ୍ଟବିନ ମଧ୍ୟ କିଛିନାହିଁ । ଠିକ ସେହିପରି ଲିଙ୍ଗିପୁର ପୋଷ୍ଟ ଅଫିସ ଅଫିସ ପଛପଟ ରାସ୍ତା ଖାଲ, ଖମାରରେ ଭରପୁର । ରାସ୍ତା ଖୋଜି ବାହାର କରିବା କାଠିକର ପାଠ । ସ୍ୱାଧୀନତା ୭୫ବର୍ଷ ପରେ ମଧ୍ୟ ଏହିଭଳି ଶୋଚନୀୟ ରାସ୍ତା ନି ଚକ୍ଷୁରେ ନଦେଖିଲେ ବିଶ୍ୱାସ ହେଉନାହିଁ । ସ୍କୁଲ ଛୋଟ ପିଲା ପଡି ଖଣ୍ଡିଆ ଖବରା ହେଉଥିବା ଦେଖାଯାଉଛି ।ସେହିପରି ଗାଙ୍ଗୋତ୍ରୀନଗରରେ(ଲିଙ୍ଗିପୁର ପଂଚାୟତ ଭୁବନେଶ୍ୱର) ନୂତନ ଅଙ୍ଗନବାଡି କେନ୍ଦ୍ର ପାଇଁ ରାଜ୍ୟ ସରକାର ତହସିଲଦାର ପତ୍ର ସଂଖ୍ୟା-୯୨୩୪ ତାରିଖ ୩୧.୦୫.୨୦୨୨୨୦୦ଡିସିମିଲି ଜମି ଆବଟଂନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଜମିରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କର ଫଳକ ଉଦଘାଟନରେ ରହିଯାଇଛି । ଗତ ୮ସେପ୍ଟେମ୍ବରରେ ଫଳକୁ ଶିଳାନ୍ୟାସ କରିଥିଲେ । ଅଙ୍ଗନବାଡି କେନ୍ଦ୍ରକୁ ନେଇ ବିଧାୟକ ସାଲୁଗା ପ୍ରଧାନ, ବିଧାନସଭାରେ ଏକ ମୌଖିକ ପ୍ରଶ୍ନ ପଚାରିଥିଲେ । ବିଭାଗୀୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ୦୨.୦୭.୨୦୨୨ର ମୌଖିକ ପ୍ରଶ୍ନର ଉତର ଦେଇ କହିଥିଲେ ଯେ ଅଙ୍ଗନବାଡି କେନ୍ଦ ପାଇଁ ଭୁବନେଶ୍ୱର ତହସିଲଦାର ପତ୍ର ସଂଖ୍ୟା ୯୨୩୪, ତାରିଖ-୩୧.୦୫.୨୦୨୨ରେ ଇ୦-୨୦୦ , ପ୍ଲଟ ନଂ-୯୧, ଖାତା ନଂ-୭୬୧ ବିଡିଓଙ୍କୁ ଯାଗା ବଂଟନ ପାଇଁ କୁହାଯାଇଥିବା କହିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଉକ୍ତ ଯାଗା ନିଜ ଅକ୍ତିଆରକୁ ନେଇଥିଲେ ମଧ୍ୟ ଏବଂ ବିଡମ୍ବନା ମନ୍ତ୍ରୀ ଫଳକ ଶିଳାନ୍ୟାସ କଲେ ମଧ୍ୟ ଆଜକୁ ୮ମାସ ହେଲାଣି ନିର୍ମାଣ କାର୍ଯ୍ୟ ଶୀତଳ ଭଣ୍ଡାରେରେ ରହିଯାଇଛି । ସ୍ଥାନୀୟ ସରପଂଚ ହାତ ଟେକିଦେଇଥିବା ସାଧାରଣରେ ଆଲୋଚନା ହୋଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ବିଡିଓ କଣ ପାଇଁ ଆଜି ପର୍ଯ୍ୟନ୍ତ ଚୁପ୍ ହୋଇ ବସିଛନ୍ତି । ତାହା ତଦନ୍ତ ସାପେକ୍ଷ । ପୂର୍ବରୁ ଅଙ୍ଗନବାଡି କେନ୍ଦ୍ରଟି ଗାଙ୍ଗୋତ୍ରୀ ନଗର ରୋଡନଂ-୩ରେ ଭଡାରେ ଚାଲୁଥିଲା ଏବେ ବି ଚାଲୁଛି । ନିରୀହ ଶିଶୁ ଖରାରେ ବସି ପଢୁଥିବା ଦେଖାଦେଇଛି ଯାହା ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟବିଦାରକ । ସାଧାରଣ ଲୋକମାନେ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଯେତେ ଶୀଘ୍ର କାର୍ଯ୍ୟ ସାରିବା ପାଇଁ ଅନୁରୋଧ କରିଛନ୍ତି ।