ଲିଟିଲ ଫ୍ଲାଉରା ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ
ମୟୁରଭଞ୍ଜ,( ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳରେ ଅବସ୍ଥିତ ଥିବା ଲିଟିଲ ଫ୍ଲାଉରା ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ମେଳାର ମୁଖ୍ୟ ଅତିଥି ରୂପେ ଶୁଭ ଉଦଘାଟନ କରିଥିଲେ ବିଦ୍ୟାଳୟର ସଭାପତି ଆବେଦଅଲ୍ଲୀ ହୁସେନ, ଅଧକ୍ଷ ଦେବବ୍ରତ ଦାସ ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟ ଦେବାଶିଷ ମହାନ୍ତି, ଦୁର୍ଗା ପ୍ରସାଦ ବେଶରା, ଶ୍ରୀମତୀ ତରୁଲତା ମହାନ୍ତି ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ କାଳିପ୍ରସନ୍ନ ମହାନ୍ତି।ବିଜ୍ଞାନ ହିଁ ସାରା ବିଶ୍ବକୁ ଯୋଡି ରଖେ।ବିଜ୍ଞାନ ସମାଜ ର ପ୍ରଗତି ପଥରେ ଦୁନିଆକୁ ଆଗେଇନିଏ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ।କୁନି କୁନି ପିଲାଙ୍କ ମନ ମଧ୍ୟରେ ବୟଗାନିକ ଚେତନା ଉଦେକ କରିବା ଏହି ମେଳାର ମୂଳ ଲକ୍ଷ୍ୟ ବୋଲି ବିଦ୍ୟାଳୟର ସମ୍ପାଦକ ପ୍ରକାଶ କରିଥିଲେ।ୟୁକେଜି ରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ବିଜ୍ଞାନ ମେଳା ରେ ଯୋଗଦାନ କରିଥିଲେ।ମୋଟ୧୦୪ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଦେବବ୍ରତ ଦାସ, ରାଇରଙ୍ଗପୁର ହାଇସ୍କୁଲର ଅତିଥି ଶିକ୍ଷକ ରଞ୍ଜନ କୁମାର ନନ୍ଦ, ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଜୟ କୁମାର ମହାପାତ୍ର ଏହି ପ୍ରକଳ୍ପର ମୂଲ୍ୟଙ୍କନ କରିଥିଲେ।ସେଥିମଧ୍ୟରୁ୨୦ଟି ପ୍ରକଳ୍ପକୁ ଚୟନ କରାଯାଇଥିଲା।ପ୍ରଥମ ରୁ ପଞ୍ଚମ ଜୁନିଅର ବିଭାଗ, ଷଷ୍ଠ ରୁ ଦଶମ ସିନିୟର ବିଭାଗ।ସର୍ବମୋଟ ଦୁଇ ଟି ଗୁର୍ପ ରେ ଭାଗ କରାଯାଇଥିଲା।ରାଇରଙ୍ଗପୁର ହାଇସ୍କୁଲର ଶିକ୍ଷକ ରଞ୍ଜନ କୁମାର ନନ୍ଦ ସାର ଙ୍କୁ ଏହି ବିଜ୍ଞାନ ମେଳା ରେ ୧୦୪ଟି ପ୍ରକଳ୍ପ ମଧ୍ୟରୁ୨୦ଗୋଟି ପ୍ରକଳ୍ପ କୁ ଚୟନ କରିବାର ଗୁରୁଦାୟିତ୍ୱ ଦିଆଯାଇଥିଲା।ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଙ୍କ ସହଯୋଗ ରେ ଏହି ବିଜ୍ଞାନ ମେଳା ଅତି ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହୋଇଯାଇଛି।


