ଲିପଷ୍ଟିକ୍ ବ୍ୟବହାର ସଠିକ୍ ପ୍ରଣାଳୀ

ବିଶ୍ୱସ୍ତରରେ ୧୦୦ ରୁ ଊଦ୍ଧ୍ୱର୍ କମ୍ପାନୀର ଲିପଷ୍ଟିକ୍ ବ୍ରାଣ୍ଡ ବିକ୍ରି ହେଉଥିବା ବେଳେ ଦିନକୁ ଦିନ ଅଧିକ ପ୍ରକାରର ରଙ୍ଗ ବଜାରରେ ଉପଲବ୍ଧ ହେଉଛି । ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ଲିପଷ୍ଟିକ୍ ଲଗାଉଥିବା ଯୁବତୀ ଓ ମହିଳାମାନେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଲିପଷ୍ଟିକ୍ ଲଗାଉଥିଲେ ପ୍ରତି ସପ୍ତାହରେ ଥରୁଟିଏ ଲିପ୍ ସ୍କ୍ରବ କରିବା ଉଚିତ । ଏହା ଓଠରୁ ମଇଳା ବାହାର କରିବା ସହ ମୁଲାୟମ କରିଥାଏ । ଅଳ୍ପ ଚିନିରେ ମହୁ ଓ ଲେମ୍ବୁ ରସ ମିଶାଇ ଓଠକୁ ସ୍କ୍ରବ୍ କରିପାରିବେ । ଲିପଷ୍ଟିକ୍ ଲଗାଇବା ବେଳେ ନିୟମିତ ଭାବେ ଲିପ୍ ଲାଇନର ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା ଓଠକୁ ବେଶ ଆକର୍ଷଣୀୟ ରୂପ ଦେଇଥାଏ । କୌଣସି ପୋଷାକ ସହ ମ୍ୟାଚିଂ ଲିପଷ୍ଟିକ୍ ନ ମିଳିଲେ ବ୍ୟସ୍ତ ହୁଅନ୍ତୁ ନାହିଁ । ପୋଷାକ ରଙ୍ଗ ସହ ମେଳ ଖାଉଥିବା ଆଇ ସ୍ୟାଡୋ ମିଶାଇ ଓଠରେ ଲଗାଇଲେ ଲିପ୍ଷ୍ଟିକ ଭଳି କାମ କରେ । ଏକ୍ସପାୟାରୀ ଡେଟ୍ ଶେଷ ହୋଇଥିବା ଲିପଷ୍ଟିକ୍କୁ କେବେ ବ୍ୟବହାର କରିବେ ନାହିଁ । ଏହା ତ୍ୱଚା ସଂକ୍ରମଣ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ