ଲିପିକା ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ମୋହନା, (ଅଂଶୁମାନ ପଣ୍ଡା): ମୋହନା ବନାଂଚଳ ଅଧିନରେ କାର୍ଯ୍ୟ କରୁଥିବା ପିଏନ୍‌ଜିଓ ଲିପିକା ବ୍ରହ୍ମପୁର, ନିର୍ଚବାଡ଼ି ଗ୍ରାମପଂଚାୟତ ଅନ୍ତର୍ଗତ ଗପ୍‌ଟିମା ବନ ସୁରକ୍ଷା ସମିତିର ସଭ୍ୟ, ସଭ୍ୟାଙ୍କୁ ମାସ୍କ୍ ବଂଟନ କରି କୋଭିଡ଼-୧୯ର ସଚେତନତା ମୂଳକ କାର୍ଯ୍ୟ ବିଷୟରେ ସଚେତନ ହେବା ସହ ସାମାଜିକ ଦୂରତାକୁ ମାନି ଚଳିବା, ହାତକୁ ସାବୁନରେ ଭଲଭାବେ ଧୋଇବା, ଦରକାର ନଥିଲେ ଘରୁ ପଦାକୁ ନବାହାରିବା ସହ ସଙ୍ଗରୋଧରୁ ନିବୃତ ରହି ପାରିଲେ ବର୍ତମାନ ବ୍ୟାପୁଥିବା ‘କରୋନା’ ଭାଇରସରୁ ମୁକ୍ତି ପାଇବା ସହ ଜ୍ୱର କିମ୍ବା ଥଣ୍ଡା କାସ ଜନିତ ରୋଗ ଦେଖା ଦେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରର ପରାମର୍ଶ ଲୋଡ଼ି ରୋଗମୁକ୍ତ ରହିବା ଦିଗରେ ବିଭିନ୍ନ ପ୍ରକାର ସଚେତନା ବାର୍ତା ଜଣାଇ ଲିପିକା ମୋହନା ବନାଂଚଳରେ କାର୍ଯ୍ୟରତ ଅକ୍ଷୟ ଶତପଥି, ଟିମ୍ ଲିଡ଼ର ବିଦେଶୀ ସେଠୀ, ଡିଏନ୍‌ଆରଏମ୍ ଓ ନୃସିଂହ ପ୍ରସାଦ ପାଣିଗ୍ରାହୀ ଡିଓସିଡ଼ି ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ