ଲିଭର ଟ୍ରାନ୍ସପ୍ଲାଣ୍ଟ
ଲିଭର ଟ୍ରାନ୍ସପ୍ଲାଣ୍ଟ ସ୍ଥିତି ସେତେବେଳେ ଆସିଥାଏ, ଯେତେବେଳେ କୌଣସି ବ୍ୟକ୍ତିଙ୍କ ଲିଭର ଏତେ ମାତ୍ରାରେ ଡ୍ୟାମେଜ୍ ହୋଇଯାଏ ଯେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ। ସାଧାରଣତଃ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଲିଭର ଏଭଳି ବ୍ୟକ୍ତିଙ୍କଠାରୁ ନିଆଯାଏ, ଯେଉଁ ବ୍ୟକ୍ତି ବଞ୍ଚିଥିବା ଅବସ୍ଥାରେ ନିଜ ଲିଭର ଦାନ କରିଥିବା ଦରକାର।
ଅନେକ ସମୟରେ କୌଣସି ବ୍ୟକ୍ତିଙ୍କ ପରିଜନ ମଧ୍ୟ ନିଜ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ତାଙ୍କ ଅଙ୍ଗକୁ ମଧ୍ୟ ଦାନ କରିଥାନ୍ତି। ଯାହାଫଳରେ ଦରକାର ଥିବା ଲୋକଙ୍କୁ ନୂଆ ଜୀବନ ମିଳିପାରିବ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏବେ ବଞ୍ଚିଥିବା ସମୟରେ ମଧ୍ୟ କୌଣସି ଡୋନର ନିଜ ଲିଭରର କିଛି ପାର୍ଟ ଦାନ କରିପାରିବେ ଓ ଆଉ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିବେ।
ଜୀବିତ ଡୋନରଙ୍କ ଦ୍ବାରା ନିଜ ଲିଭରର କିଛି ପାର୍ଟ ଦାନ କରି ଅନ୍ୟ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପ୍ରକ୍ରିୟାକୁ ଲିଭିଂ ଡୋନର ଲିଭର ଟ୍ରାନ୍ସପ୍ଲାଣ୍ଟ କୁହାଯାଏ। ସାରା ବିଶ୍ବରେ ଅନେକ ସଂଖ୍ୟାର ଲୋକ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଫର୍ମ ପୂରଣ କରୁଥିବାବେଳେ ସେମାନଙ୍କଠାରୁ କାହିଁ କେତେଗୁଣା ଅଧିକ ଲିଭର ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କର ରହିଛି। ବିଶେଷଜ୍ଞଙ୍କ କହିବାନୁସାରେ ଲିଭର ଏକ ମାତ୍ର ଏପରି ଅଙ୍ଗ, ଯାହା ନିଜକୁ ରିଜେନେରେଟ୍ କରିପାରି ଥାଏ। ଏହାର ଏହି ବିଶେଷତ୍ବ ଲିଭିଂ ଡୋନର ଲିଭର ଟ୍ରାନ୍ସପ୍ଲାଣ୍ଟ ସମ୍ଭବ ହୋଇଥାଏ। ଡାକ୍ତରଙ୍କ କହିବାନୁସାରେ ଯେଉଁ ଜୀବିତ ବ୍ୟକ୍ତି ନିଜ ଲିଭରର କିଛି ଅଂଶ ଅନ୍ୟ ବ୍ୟକ୍ତିଙ୍କୁ ଦାନ କରିଥାନ୍ତି, ତାଙ୍କ ଲିଭର ମାତ୍ର ଦୁଇ ମାସ ମଧ୍ୟରେ ଗ୍ରୋଥ୍ କରି ପ୍ରାକୃତିକ ସାଇଜ୍କୁ ପୁଣିଥରେ ଫେରିଆସେ। କେବଳ ସେତିକି ନୁହେଁ, ଯେଉଁ ବ୍ୟକ୍ତିଙ୍କ ଶରୀରରେ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯାଏ, ତାଙ୍କ ଶରୀରରେ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିବା ଲିଭରର ଅଂଶ ମଧ୍ୟ ଧିରେ ଧିରେ ଗ୍ରୋଥ୍ ହେବାରେ ଲାଗେ। କିଛି ସମୟ ପରେ ନର୍ମାଲ ଲିଭର ଭଳି ଏହା କାମ କରିବାରେ ଲାଗେ। ତେବେ ଯେଉଁ ବ୍ୟକ୍ତି ଲିଭିଂ ଡୋନର ଲିଭର ଟ୍ରାନ୍ସପ୍ଲାଣ୍ଟ ପ୍ରକ୍ରିୟା ଦେଇ ଗତି କରିଥାନ୍ତି, ଏହି ପ୍ରକ୍ରିୟା ପରେ ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ବ୍ୟକ୍ତିଙ୍କଠାରେ କିଛି ମେଡିକାଲ ଇସ୍ୟୁ ହୋଇପାରେ। ତେବେ ମୃତ ଡୋନରଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରିଥିବା ବ୍ୟକ୍ତିଙ୍କଠାରେ ସାଧାରଣତଃ ଏହି ସମସ୍ୟା ଦେଖାଯାଇ ନ ଥାଏ। ତେବେ ଲିଭିଂ ଡୋନର ଲିଭର ଟ୍ରାନ୍ସପ୍ଲାଣ୍ଟର ସବୁଠାରୁ ବଡ଼ ଲାଭ ହେଉଛି, ଏହି ପ୍ରକ୍ରିୟାରେ ନିଆ ଯାଇଥିବା ଲିଭର ମୃତ ଲୋକଙ୍କ ଲିଭର ତୁଳନାରେ ଅଧିକ ଦିନ ଯାଏ ସର୍ଭାଇଭ୍ କରିଥାଏ। ସବୁଠାରୁ ବଡ଼ କଥା ହେଉଛି ଲିଭିଂ ଡୋନର ଲିଭର ଟ୍ରାନ୍ସପ୍ଲାଣ୍ଟ ପ୍ରକ୍ରିୟା ଅଧିକ ଆପଣା ଯାଇଥାଏ। ବୟସ୍କ ବ୍ୟକ୍ତିମାନେ ସେମାନଙ୍କ ଲିଭରର କିଛି ଅଂଶ ଡୋନେଟ୍ କରିଥାନ୍ତି। ସେହିପରି କୌଣସି ବୟସ୍କ ବ୍ୟକ୍ତିଙ୍କ ଲିଭରର କିଛି ଅଂଶ ମଧ୍ୟ ଅନ୍ୟ ବ୍ୟକ୍ତିଙ୍କଠାରେ ଟ୍ରାନ୍ସପ୍ଲାଣ୍ଟ କରାଯାଇପାରେ।