ଲିମାରି କହଁର ନାଏବ ସରପଞ୍ଚ ଭାବେ ମନୋନୀତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ପକାରି ପଞ୍ଚାୟତରେ ଆଜି ନାଏବ ସରପଞ୍ଚ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦ ନମ୍ବର ୱାର୍ଡ଼ର ସଭ୍ୟା ଲିମାରି କହଁର ଅନୁଷ୍ଠିତ ଉପନିର୍ବାଚନରେ ନାଏବ ସରପଞ୍ଚ ଭାବେ ମନୋନୀତ ହୋଇଛନ୍ତି। ପ୍ରକାଶଯେ, ଉକ୍ତ ପଞ୍ଚାୟତରେ ପୂର୍ବରୁ ଥିବା ନାଏବ ସରପଞ୍ଚ ଇସାମତି କହଁର ଗତ କିଛିଦିନ ତଳେ ଅସୁସ୍ଥ ଯୋଗୁଁ ମୃତ୍ୟୁବରଣ କରିଥିଲେ। ଗତ ୫ ମାସ ଧରି ଏହି ପଦବି ଖାଲିପଡିଥିବା ବେଳେ ଆଜି ଉକ୍ତ ପଦବି ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ୯ଟି ୱାର୍ଡ଼ର ସଭ୍ୟ ଓ ସଭ୍ୟାମାନେ ଉପସ୍ଥିତ ରହି ଲିମାରିଙ୍କୁ ମନୋନୀତ କରିଥିଲେ। ଅନୁଷ୍ଠିତ ଉପନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ରବୀନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁବ୍ରତ କୁମାର ମଲିକ , ଜିଆରଏସ୍ ମାନସ ରଞ୍ଜନ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ସରପଞ୍ଚ ମଙ୍ଗୁଳୁ କହଁର ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ