ପ୍ରଦୀପ ପାଣିଗ୍ରାହୀଙ୍କ ସହ ମିଶି ବେଆଇନ୍ ଜମି କାରବାର ଅଭିଯୋଗରେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ ସୋରଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ତରଫରୁ ସୋରଡ଼ା ବିଧାୟକ ପୁର୍ଣ ଚନ୍ଦ୍ର ସ୍ୱାଇଁଙ୍କ କୁଶପୁତଳିକା ଦାହ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ଶ୍ରୀ ବିଷୋୟୀଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ହାତରେ ଦଳୀୟ ପତାକା ଓ ପ୍ଲା କାର୍ଡ ଧରି ବିଜେଡି ବିଧାୟକ ପୁର୍ଣ ଚନ୍ଦ୍ର ସ୍ୱାଇଁଙ୍କ ବିରୋଧରେ ଆଦିବାସୀ ଓ ସରକାରୀ ଜମି ହଡ଼ପ କରି ରଖିଥିବା ପ୍ରତିବାଦରେ ସୋରଡ଼ା ସହର ପରିକ୍ରମା କରି ବିଭିନ୍ନ ନାରାବାଜି ଦେଇ କୁଶପୁତଳିକା ଦାହ କରିଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ମିଶି ସୋରଡ଼ା ବିଧାୟକ ବହୁ ବେଆଇନ ଜମି କିଣିଛନ୍ତି ତାହାର ସିବିଆଇ ତଦନ୍ତ ଦାବି କରି ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିଛି ବିଜେପି। ଏହି ପ୍ରତିବାଦ ସଭାରେ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ, ନୀଳମଣି ବିଷୋୟୀ, ରଞ୍ଜନ ପୋଲାଇଙ୍କ ସମେତ ବହୁ ବିଜେପି କର୍ମୀ ଯୋଗଦେଇଥିଲେ। ପ୍ରକାଶନ ଥାଉ କି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସୋରଡ଼ାରେ ବିଧାୟକ ହେବାପର ଠାରୁ ବହୁ ଆୟବହିର୍ଭୁତ ସମ୍ପତି ଠୁଳ କରି ରଖିବା ସହ ସାଧାରଣ ଲୋକଙ୍କୁ ଡରେଇ ଧମକେଇ ବହୁ ଜମି ଜବର ଦଖଲ କରି ଜମିବାଡ଼ି,କୋଠା,ଦୁଇଟି ମୋଟର ସାଇକେଲ ସୋରୁମ,ମଦ କାଉଣ୍ଟର କରି ନିଜର ପତିଆରା ବିସ୍ତାର କରି ଚାଲିଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ