ଲୀଳାକ୍ଷେତ୍ର ଗଡମାଣତୀର

ଗଡମାଣତୀର ପାଇକଙ୍କ ଗଡ
ସୁରକ୍ଷା ବଳୟ ସବୁଜ ପାହାଡ ।
ଉପରଗଡ ତଳଗଡ ବିଭକ୍ତ
ବିରତ୍ତ୍ବ ଗାଥାରେ ଉତ୍କଳରେ ଖ୍ୟାତ ।
ଚଉଦିଗେ ସପ୍ତ ପାହାଡ ଘେରିଛି
ଗଡମାଣତିରୀ କେନ୍ଦ୍ରସ୍ଥଳେ ଅଛି ।
ବରୁଣେଇ ସାଥେ କୁରୁମ ପାହାଡ
ରାଉତପଡା, କୋତଳାଙ୍ଗ ପାହାଡ ।
ରାମଚଣ୍ଡି ଓ ମଣିନାଗ ପାହାଡ
ନାରାୟଣୀପଡା ଦୁର୍ଭେଦ୍ଯ ପାହାଡ ।
ସବୁଜ ବନାନୀ ପାହାଡର ମାଳା
ନିରାପଦ ସ୍ଥାନେ ପ୍ରଭୁଙ୍କର ଲୀଳା ।
ନରସିଂହ ଦେବ ରାଜତ୍ବ ସମୟେ
ଶ୍ରୀମନ୍ଦିର ଆକ୍ରମଣ ଜାରି ରହେ ।
ଯହିଁ ସୁବେଦାର ଅହମ୍ମଦ ବେଗ୍
ଆକ୍ରମଣ କରେ ନ ଲାଗେ ଲଗାମ୍ ।
ଅନ୍ଧାରୀ ମହିମ ଠାରେ ଲୀଳା ଥିଲା
ବିଶ୍ବାସଘାତକ କେ ଖବର ଦେଲା ।
ଅଛବ ଯବନ ଚକ୍ରାନ୍ତ କରିଲା
ବିଗ୍ରହଙ୍କୁ କ୍ଷତି କରିବ ଚିନ୍ତିଲା ।
ସକଳ ଅନ୍ତରଯାମୀ ଭାବଗ୍ରାହୀ
ଯବନ ଚକ୍ରାନ୍ତ ନ ଜାଣିବେ କାହିଁ ।
ପାଇକ ସେବକ ସମୟ ନ ପାଇ
ବ୍ରହ୍ମ ପଦାର୍ଥ ପାଟ ବସ୍ତ୍ରେ ଘୋଡାଇ ।
ମାଣିକପାଟଣା ଘାଟ ବାଟ ଦେଇ
ଚିଲିକା ହ୍ରଦରେ ପ୍ରବେଶିଲେ ଯାଇ ।
ବ୍ରହ୍ମାଣ୍ଡର ଏହି ବିସ୍ମୟ ସମୟ
ଚତୁର୍ଦିଗ ହେଲା ଅନ୍ଧକାରମୟ ।
ନିଥର ନିଶବ୍ଦ ନୀଳ ଜଳରାଶି
ବହ୍ମ ସ୍ପର୍ଷେ ଗଲା ନୀରବତା ଗ୍ରାସି।
ଘୋର ତମସାରେ ଉତ୍ତରକୁ ଛୁଟି
ସ୍ପର୍ଷ କଲେ ଗଡମାଣତୀର ମାଟି ।
ଉତ୍କଳର ଆତ୍ମା ସ୍ବୟଂ ଜଗନ୍ନାଥ
ନିଜର ସୁରକ୍ଷା ନିଜ ହସ୍ତେ ନ୍ୟସ୍ତ ।
ଉଣେଇସ ଶହ ତେଇଶି ମସିହା
ଯୋଡା ଆଷାଢ ମାସ ନଥିଲା ତାହା ।
ବ୍ରହ୍ମ ପଦାର୍ଥର ରୂପାୟନ ପାଇଁ
ନବକଳେବର ହେଲେ ଭାବଗ୍ରାହୀ ।
ପର ବର୍ଷ ହେଲା ଗଡେ ରଥଯାତ
ଗଡମାଣତୀର ଲାଗିଲା ଶ୍ରୀକ୍ଷେତ୍ର ।
ତହିଁ ପରେ ପ୍ରଭୁ ଶଗଡିରେ ଚଢି
ଶ୍ରୀବତ୍ସଖଣ୍ଡଶାଳ ଗଲେ ବାହୁଡି ।
ଗଡମାଣତୀର ପାଇକଙ୍କ କ୍ଷେତ୍ର
ଶୌର୍ଯ୍ୟ ବୀର୍ଯ୍ୟ ତ୍ଯାଗେ ଜଗତରେ ଖ୍ଯାତ ।
କର୍ପୁର ଉଡିଛି କନା ପଡିଅଛି
ରୋମନ୍ଥନ କଲେ ରୋମାଞ୍ଚ ବଢୁଛି ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ