ଲୁଟି ନେଲେ ୨ ମନ୍ଦିରରୁ ରୂପା ମୁକୁଟ : ଦାନବାକ୍ସ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମୁଖ୍ୟ ରାଜପଥ ପାଶ୍ୱର୍ରେ ଥିବା ଶିରିଡି ସାଇ ମନ୍ଦିରରୁ ସୋମବାର ବିଳମ୍ବିତ ରାତ୍ରରେି ଦୁବୃର୍ତ୍ତ ମାନେ ୧ କିଗ୍ରାରୁ ଉର୍ଦ୍ଧ୍ୱ ଓଜନର ରୂପାର ମୁକୁଟ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଏଥିସହିତ ରୂପା ଛତା, ଶିବ ଗଣେଶଙ୍କ ରୂପା ମୁକୁଟ, ରୂପା ଥାଳି, ତାଟିଆ, ଚାମୁଚ, ବାବାଙ୍କ ମୁକୁଟ ସହିତ ସୁନା ଟିକିଲି ଚୋରି ହୋଇଥିବା ସୂଚନା ମିଳିଛି । ଅଭିଯୋଗ ପାଇ ବନ୍ତ ପୋଲିସ ଘଟଣା ସ୍ଥଳରେ ପହଂଚି ତନାଘନା ଜାରି ରଖିଛି । ସେହିପରି ଗଣିଜାଙ୍ଗ ବଜାର ସ୍ଥିତ ଜଗନ୍ନାଥ ମନ୍ଦିରରୁ ଜଗନ୍ନାଥଙ୍କ ରୂପା ମୁକୁଟ ସହିତ ଦାନବାକ୍ସକୁ ଦୁବୃର୍ତ୍ତ ମାନେ ଚୋରି କରି ନେଇଛନ୍ତି । ଉକ୍ତ ଦାନବାକ୍ସରେ ପ୍ରାୟ ୧୦ ହଜାର ଟଙ୍କା ଥିବା ନେଇ କମିଟି ପକ୍ଷରୁ କୁହାଯାଇଛି । କିଛି ଦିନ ପୂର୍ବରୁ କାଶିପୁର ଶିବ ମନ୍ଦିରରୁ ଚୋରି ହୋଇଥିଲା । ଏଥିସହିତ ମାଳତୀରା ମନ୍ଦିରରୁ ଚୋରି ହୋଇଥିବା ସୂଚନା ମିଳିଛି । ବାରମ୍ବାର ମନ୍ଦିରରୁ ଚୋରି ହେବା ନେଇ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ପୋଲିସ ପକ୍ଷରୁ ରାତ୍ରୀ ପେଟ୍ରୋଲିଂ ହେଉନଥିବା ଯୋଗୁ ଏପରି ଚୋରି ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି ।