ଲୁଦୁଲୁଦିରେ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ନୂତନ କର୍ମକର୍ତ୍ତା ଚୟନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଅଧିନସ୍ଥ ଲୁଦୁଲୁଦି ଗ୍ରାମରେ ଉଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ବନ୍ଥପଲ୍ଲୀ ଆଞ୍ଚଳିକ ପରିଷଦ ଖଇରପୁଟି ମଣ୍ଡଳ ଅନ୍ତର୍ଗତ ଲୁଦୁଲୁଦି ଗ୍ରାମ୍ୟ କମିଟି ପାଇଁ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବନ୍ଥପଲ୍ଲୀ ଅଞ୍ଚଳ ସଭାପତି ସୀତାରାମ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଞ୍ଚଳିକ ପରିଷଦ ଉପସଭାପତି ସୋମନାଥ ନନ୍ଦ,ସମ୍ପାଦକ ରାଜକିଶୋର ବିଷୋୟୀ, ସହସମ୍ପାଦକ ସୁରେନ୍ଦ୍ର ଜେନା, କୋଷାଧ୍ୟକ୍ଷ ସୂର୍ଯ୍ୟନାରାୟଣ ବିଷୋୟୀ,ଖଇରପୁଟି ମଣ୍ଡଳ ସଭାପତି କେଦାର ଚନ୍ଦ୍ର ବିଷୋୟୀ,ସମ୍ପାଦକ ଦିଗାମ୍ବର ଜେନା,ସହସମ୍ପାଦକ ବାଇଚାନ୍ଦ୍ ସ୍ଵାଇଁ,ଝାଡ଼ଭୂମି ମଣ୍ଡଳ ଉପସଭାପତି ବସନ୍ତ କୁମାର ସ୍ୱାଇଁ,କୁମୁଣ୍ଡି ଗ୍ରାମ୍ୟ କମିଟି ସଭାପତି ସନ୍ତୋଷ କୁମାର ବିଷୋୟୀ, କର୍ମକର୍ତ୍ତା ସନାତନ ବିଷୋୟୀ,ସାନସାଦରା ଗ୍ରାମ୍ୟ କମିଟି ସଭାପତି ଦେବରାଜ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଲୁଦୁଲୁଦି ଗ୍ରାମ୍ୟ କମିଟି ପାଇଁ କର୍ମକର୍ତ୍ତା ଚୟନ କରିଥିଲେ I ଆଜିର କାର୍ଯ୍ୟକ୍ରମରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଅନ୍ତର୍ଯ୍ୟାମୀ ନାୟକ,ଉପସଭାପତି ଭାବେ ବିଦ୍ୟାଧର ସ୍ୱାଇଁ ,ସମ୍ପାଦକ ଭାବେ ବବୁଲ୍ ସ୍ୱାଇଁ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଭାବେ ହରିହର ସ୍ଵାଇଁ, ଦିଲ୍ଲୀପ୍ କୁମାର ସ୍ୱାଇଁ, ସୁରେନ୍ଦ୍ର ବେହେରା,ଜହଲି ନାୟକ,ପ୍ରଫୁଲ୍ଲ ନାୟକ,ସନ୍ତୋଷ ନାୟକ, ଲୁଟୁ ନାୟକ,ଶିଶିର ଜେନା,ଭଗବାନ ବିଷୋୟୀ,ନାରାୟଣ ନାୟକ, ମୋଚିରାମ ସ୍ୱାଇଁ ପ୍ରମୁଖଙ୍କୁ ମନୋନୀତ କରିଥିଲେ I


