ଲୁହା ପଥର ଲୋଡ କରୁଥିବା ବେଳେ ତିନି ଟ୍ରକ ସହ ଜେସିବି ମେସିନ ଜବତ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ନୟାଗଡ଼ ରେଳ ସାଇଡିଙ୍ଗ ନିକଟରେ ଗଛିତ ଲୁହାପଥର ଷ୍ଟକ୍ ରୁ ଦିନ ରାତି ପରିବହନ ହେଉଛି | ଗୁରୁବାର ରାତ୍ରି ରେ ଉକ୍ତ ଷ୍ଟକ୍ ରୁ ଲୁହାପଥର ବୋଝେଇ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାମେବାରୀ ପୋଲିସ ଚଢ଼ାଉ କରି ଥିଲେ । ଏହି ଚଢାଉ ବେଳେ ଲୁହାପଥର ବୋଝେଇ ହେଉଥିବା ୩ଟି ଟ୍ରକ ନଂ ଟି ଏସ ୩୪ ଟି ୨୨୭୭,ଟିଏସ୩୪ ଟି ବି୫୫୯୯, ଏଚ ଆର୍ ୩୮ଜେଡ ୪୮୫୯ ଓ ଗୋଟିଏ ଜେସିବି ମେସିନ ନଂ ଓଡ଼ି ୦୪ ଏସ୍ ୯୬୮୦ କୁ ପୋଲିସ ଜବତ କରିଛି |ପୋଲିସ ପହଞ୍ଚିବା ବେଳେ ଗାଡି ଡ୍ରାଇଭର ଓ ମେସିନ ଅପରେଟର ଫେରାର ହୋଇ ଯାଇଛନ୍ତି | ଠିକ୍ ସେହି ପରି ପଳାସପଙ୍ଗା ରାସ୍ତା କଡରେ ଥିବା ଏକ ପ୍ଲଟ ରେ ଲୁହାପଥର ଗୁଣ୍ଡ ଏକ ରପ୍ତାନି କାରୀ ସଂସ୍ଥା ପକ୍ଷରୁ ଗଛିତ ରଖାଯାଇ ଥିଲା | ସେ ସମୟରେ ଖଣି ବିଭାଗ ପକ୍ଷରୁ ଖଣି ବାହାର ଅଂଚଳ ରେ ଗଛିତ ରଖୁଥିବା ସଂସ୍ଥା ର ଷ୍ଟୋରିଙ୍ଗ ଲାଇସେନ୍ସ ରଦ୍ଦ କରାଯାଇ ଥିଲା | ଫଳରେ ସଂପୃକ୍ତ ସଂସ୍ଥା ଏହି ଲୁହାପଥର କୁ ରପ୍ତାନି କରି ନ ପାରିବାରୁ ସେଠାରେ ଉକ୍ତ ଖଣିଜ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା | ଦୀର୍ଘ ବର୍ଷ ପରେ ମଧ୍ୟ ଖଣି ବିଭାଗ ଏହି ଲୁହ।ପଥର କୁ ଜବତ କରି ନିଲାମ କରି ନ ଥିବାରୁ ମାଫିଆ ଙ୍କ ଲୋଲୁପ ଦୃଷ୍ଟି ଲୁହାପଥର ଉପରେ ପଡିଛି | ଉକ୍ତ ସ୍ଥାନରେ ବହୁ ପରିମାଣ ର ଲୁହାପଥର ଗଚ୍ଛିତ ଥିଲା । ଗତ ବର୍ଷ ଖଣି ବିଭାଗ ଉକ୍ତ ଷ୍ଟକ୍ ର ଯାଞ୍ଚ କରିବାରୁ ସେଠାରେ ପ୍ରାୟ ୪ ହଜାର ମେଟ୍ରିକ୍ ଟନ୍ ଗୁଣ୍ଡ ଲୁହାପଥର ଥିବା ସୂଚନା ଦେଇଛି ।ତେବେ ଉକ୍ତ ଖଣିଜ ର ରକ୍ଷଣା ବେକ୍ଷଣ। ହେଉ ନ ଥିବାରୁ ତଥା ଖଣି ବିଭାଗ ନିଲାମ କରୁ ନ ଥିବାରୁ ଖଣି ମାଫିଆ ମାନେ ଲୁହାପଥର ଚୋରା ଚାଲାଣ କରି ମ।ଲ।ମ।ଲ ହେଉଥିବା ବେଳେ ସରକାରଙ୍କ ରାଜସ୍ବ ହାନି ଘଟୁଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ