ଲେଖକ ସାମ୍ମୁଖ୍ୟର ସପ୍ତଦଶ ସ୍ୱନକ୍ଷତ୍ର ଉତ୍ସବ ପାଳିତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମୀଳନୀ କକ୍ଷରେ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଂଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସପ୍ତଦଶ ସ୍ୱନକ୍ଷତ୍ର ଉତ୍ସବ ଓ ସାରସ୍ୱତ ସମାରୋହ ସଭାପତି ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରଷ୍କାର ପ୍ରାପ୍ତ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।ମୁଖ୍ୟବକ୍ତା ଭାବରେ ଇଂରାଜୀ ବିଭାଗ ପ୍ରଫେସର ଡ.ଇ.ରାଜା ରାଓ , ଅନୁଷ୍ଠାନର ଉପସଭାପତି ଡକ୍ଟର ବ୍ରଜକିଶୋର ଶାସମଲ ମଂଚାସୀନ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ସାଧାରଣ ସଂପାଦକ ହାଡିବନ୍ଧୁ ମାଳି, ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଂପାଦକ ଦିନବନ୍ଧୁ ଶ୍ରୀ ପଲ୍ଲବ ସ୍ୱାଗ୍ତ ଭାଷଣ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହି ଅବସରରେ ବିଶିଷ୍ଟ ସାହିତ୍ୟକା ମହିଳା ମହାବିଦ୍ୟାଳୟର ଗୃହ ବି ।ନର ପ୍ରଧାପିକା ଡକ୍ଟର ଜୟନ୍ତୀ ରାଣୀ ପଣ୍ଡାଙ୍କୁ ପ୍ରତିଭା ସମ୍ମାନ କରାଯାଇଥିଲା । ଅନୁଷ୍ଠାନର ମୁଖପାତ୍ର ଋଷିକୁଲ୍ୟା ସହ ଡକ୍ଟର ରବି ନାରାୟଣ ମିଶ୍ରଙ୍କ ଗଳ୍ପ ସଂକଳନ ପଂଚପର୍ଣ୍ଣୀ ଜ୍ୟୋତିଷ ବିଷାରଦ ,ପଣ୍ଡିତ ଶିଶିର କୁମାର ଶତପଥିଙ୍କ ଦୁଇଗୋଟି ବିଶିଷ୍ଟ ଜ୍ୟୋତିଷ ଦିଗଦର୍ଶନ ଏବଂ କାଳସର୍ପ ଦୋଷ ଓ ମଙ୍ଗଳଦୋଷ ତାର ପ୍ରତିକାର ଓ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ମୁଖ୍ୟବକ୍ତା ପ୍ରଫେସର ଡ.ରାଜା ରାଓ ଆଧୁନିକ ଯୁଗର ଡିଜିଟାଲ ବ୍ୟବସ୍ଥା ପ୍ରଚଳନ ଫଳରେ ବିଭିନ୍ନ ଭାଷାର ପୁସ୍ତକ ଗୁଡିକ ପ୍ରତି ଯୁବପିଢୀ ବିମୁଖ ହେବାରେ ଲାଗିଛନ୍ତି ।ସେଥିରୁ ନିବୃତ ହୋଇ ପୁସ୍ତକ ପଠନରେ ମନୋନିବେଶ କଲେ ଭାଷା ସାହିତ୍ୟର ଉନ୍ନତ୍ିି ହୋଇପାରିବ ।ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନ କବିତା ପାଠତ୍ସୋବ ଗଂଜାମ ଜିଲ୍ଲା ଲେଖିକା ସାମୁଖ୍ୟ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ସ୍ୱର୍ଣର୍ପ୍ରଭା ପାଢୀ ପୈାରାହିତ୍ୟ କରିଥିବା ବେଳେ ସ୍ୱର୍ଣ୍ଣପ୍ରଭା ପାଢୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରମିଳା ମହଲା , କୁମୁଦିନୀ ଶ୍ରୀ ପଲ୍ଲବ , ଲକ୍ଷ୍ମୀପ୍ର୍ରିୟା ମାଳି, ଉମାକାନ୍ତ ଦାସ ,ଗୋପାଳ କୃର୍ଷ୍ଣ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।


