ଲେଟ୍ସ୍ ସ୍ମାଇଲ ସାମାଜିକ ସଙ୍ଗଠନ ତରଫରୁ ଯାଜପୁର ଜିଲ୍ଲାର ଏନ୍ଜିଓଙ୍କୁ ସମ୍ବର୍ନ୍ଧନା
ଯାଜପୁର, (ୱାଇଏନ୍ଏସ୍): ଲେଟ୍ସ୍ ସ୍ମାଇଲ ସାମାଜିକ ସଙ୍ଗଠନ ଓଡ଼ିଶା ତରଫରୁ ” କରୋନା ମହାଯୋଦ୍ଧା ସମ୍ମାନ” ସମ୍ବର୍ନ୍ଧନା ସଭା ଯାଜପୁର ଟାଉନ ସ୍ଥିତ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵ ମହାମାରୀ Covid-19 ଭୂତାଣୁ ସଂକ୍ରାମଣକୁ ଭୂକ୍ଷପ ନକରି ନିଜ ଜୀବନକୁ ବାଜି ଲଗାଇ ସମଗ୍ର ମାନବ ଜାତି ପ୍ରତି ସମପ୍ରିତ ଥିବା ଯୋଦ୍ଧା ମାନଙ୍କର ତ୍ୟାଗ ନିଷ୍ଠା ଶ୍ରମ ଏକ ଆଦରଣୀଅ ପରିଧି ଗଢିତୋଳିଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯାଜପୁର ପୌରପାଳିକାର ପୂର୍ବତନ ପୈାରଧକ୍ଷ ଭବ ପ୍ରସାଦ ଦାସ ଯୋଗଦେଇ ଜିଲ୍ଲାର ୧୦ଟି ସମାଜିକ ସଙ୍ଗଠନକୁ ସମ୍ବନ୍ଧିତ୍ର କରିଥିଲେ ଆଜିର କାର୍ଯ୍ୟକ୍ରମରେ ନୂଆ ଆଲୋକ ଟ୍ରଷ୍ଟ, ସୂର୍ଯ୍ୟ ଆଲୋକ ସମାଜସେବା ଟ୍ରଷ୍ଟ, ରୁଦ୍ର ସେନା ଯୁବଶକ୍ତି ଯାଜପୁର, ଆମେ ବିପଦର ସାଥି, ଦ ଲିଟିଲ୍ ଆଞ୍ଜେଲ୍,ଇସଲାମ ୟୁଥ୍ କ୍ଲବ, ପ୍ରୟାସ ଟ୍ରଷ୍ଟ, ଯାଜପୁର ସେବା ସମିତି, କଳିଙ୍ଗ ନଗର ୟୁଥ୍ ଆସୋସିଏସନ୍, ସମ୍ଭବ ଟ୍ରଷ୍ଟ ଅଂଶ ଗ୍ରହଣ କରିଥିଲେ। ଲେଟ୍ସ୍ ସ୍ମାଇଲ୍ ର ପ୍ରତିଷ୍ଠାତା ଦିଲ୍ଲିପ ଧିର ସାମନ୍ତ, ମୁଖ୍ୟ ଉପଦେଷ୍ଟା ଶୁଭ୍ରାନ୍ତ ଶେଖର ଦୋରା, କୋଷାଧ୍ୟକ୍ଷ ରାଜେଶ କୁମାର ବଳ, ସଭାପତି ରାଜେନ୍ଦ୍ର ଖଣ୍ଡାଇ ଙ୍କ ସମତେ କାର୍ଯ୍ୟକାରୀ ସଭାପତି ଦେବବ୍ରତ ମହାପାତ୍ର, ମଞ୍ଜିତ ମହାନ୍ତି , ଆଲୋକ ଜେନା, କେଶବ ଚନ୍ଦ୍ର ଦାସ,ବିଜେନ୍ଦ୍ର ଖଣ୍ଡାଇ, ମହେନ୍ଦ୍ର ସ୍ୱାଇଁ, ରିଙ୍କୁ ଜେନା,ପ୍ରତିକ୍ଷ୍ କୁମାର,ତୋଫାନ ଷଣ୍ଢ ମଧୂସୁଦନ ସତପଥି ଉପସ୍ଥିତ ଥିଲେ। ପରିସେଶରେ ବରିଷ୍ଠ ଶିକ୍ଷାବିତ୍ ତଥା ସମାଜସେବୀ ମୁକୁନ୍ଦ ହନ୍ତାଳ ଧନ୍ୟବାଦ ଅର୍ପଣ କରିଥିଲେ।