ଅନଲାଇନ୍ ସଙ୍ଗୀତ ପ୍ରତିଯୋଗିତା

ହିଞ୍ଜିଳିକାଟୁ, (ୱାଇଏନଏସ): ମହମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ରାଜ୍ୟରେ ଲକଡ଼ାଉନ ଓ ଶଟଡ଼ାଉନ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଅନଲାଇନ ମାଧ୍ୟମରେ ତର୍କ, ସଙ୍ଗୀତ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ହିଞ୍ଜିଳିକାଟୁ ଅଂଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଡ଼ିସକଭରି ପକ୍ଷରୁ ଅନଲାଇନ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ ସଙ୍ଗୀତ ଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ସମୁଦାୟ ୬୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବାଲେଶ୍ୱର ଅଂଚଳର ସାୟଦ୍ ହବିବୁର ରହମାନ ପ୍ରଥମ ସ୍ଥାନ ଅଧିକାର କରିବା ସହ ଶ୍ରେଷ୍ଠ ବିବେଚିତ ଭାବେ ପୁରସ୍କୃତ କରାଯାଇଥିଲା । ଏଥିସହ ୩ ଜଣଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ସେମାନେ ହେଲେ ବ୍ରହ୍ମପୁରର ଆଦିତ୍ୟ ପାଢି, ଅଭୟ ରଞ୍ଜନ ପାଢି ଓ ରୁଦ୍ରରୁପ ବ୍ରହ୍ମା । ବିଚାକ ଭାବେ ସଙ୍ଗୀତ ଗୁରୁ ପିତାମ୍ବର ଗୌଡ଼, ଜୋର୍ତିମୟୀ ନାୟକ ଓ ସୁନନ୍ଦା ସାମନ୍ତରାୟ ଅଂଶଗ୍ରହଣ କରିଥିଲେ । ସାମାଜିକ ଅନୁଷ୍ଠାନ ଡ଼ିସକଭରିର ସଂଯୋଜକ କାହ୍ନୁ ରରଣ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ