ଲୋକଡାଉନକୁ ନାହିଁ ଭୟ ଖୁଲମ ଖୁଲା ଚାଲିଛି ମଦ ବେପାର
ମୋହନା,(ଅଂଶୁମାନ ପଣ୍ଡା):ଅବକାରୀ ବିଭାଗ ସବୁ ଜାଣି ଚୁପ ଗଜପତି ଜିଲା ତଥା ସମସ୍ତ ରାଜ୍ୟରେ ଲୋକଡାଉନକୁ ଆଖିରେ ରଖୀ ରାଜ୍ୟ ସରକାର ଗତ ମାସରୁ ସମସ୍ତ ଦୁକାନ ବଜାର, ଗାଡ଼ି ଘୁଡା ଓ ଦେଶୀଭାଟି,ବିଦେଶୀମଦ ଦୁକାନ ବନ୍ଦ କରିଥିବା ବେଳେ ସରକାରଙ୍କ ନିୟମକୁ ଏଡ଼ାଇ ମଦ ମାଲିକ ନିଜ ଇଚ୍ଛାରେ ଚଳାଇଛନ୍ତି ମଦ ବେପାର ଗାଁ ଗହଳି ରେ ଦେଶୀ ମଦ ଭରପୁର ବିକ୍ରି ଚାଲିଥିବା ବେଳେ ମୋହନା, ଛେଳିଗୋଡ, ଚନ୍ଦ୍ରଗିରି ,ମହିନ୍ଦ୍ରଗଡ,ଅଡବା,ଗୋବିନ୍ଦପୁର,ରାଇପଙ୍କା, ଖଜୁରିପଦା ଆଦି ବିଭିନ ସ୍ଥାନରେ ଚାଲିଛି ଲୁଚା ମଦ ବେପାର ଏପରିକି ସରକାର ପ୍ରାପ୍ତି ଦୁକାନରେ ଯେତିକି ପରିମାଣରେ ରେ ମଦ ବେପାର ହଉଚି ତାଠାରୁ ଏତେ ପରିମାଣରେ କିପରି ମଦ ଆସୁଛି ତାଉପରେ ଅବକାରୀ ବିଭାଗର ନଜର ପଡୁନି ଅଞ୍ଚଳର ବିଭିନ ସ୍ଥାନରେ ମଦ କାଚ ଓ ମଦ ଜରି ରାସ୍ତା କଡରେ ପଡ଼ି ରହିଛି ତେଣୁ ଅଞ୍ଚଳ ବାସୀଙ୍କ ଦାବି ଅବକାରୀ ବିଭାଗ ରା,ଉଦୟଗିରି ଓ ମଦ ମାଲିକଙ୍କ ମଧୁଚନ୍ଦ୍ରିକ ଚାଲିଥିବା ଯୁଗ ଚାଲିଛି ମଦ ବେପାର ଏ ବିଷୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କୁ ପଚରିବାରୁ ସେ କହିଛନ୍ତି ଆମେ ଦୁକାନ ସିଲ କରିଛୁ କିନ୍ତୁ କିପରି ମଦ ଦୁକାନରୁ ବାହାରକୁ ଆସୁଛି ତା ଜଣା ପଡୁନି ଏଥିରେ ଯଦି କୋଣସି କର୍ମଚାରୀ ଥିବେ ତେବେ ଦୃଡ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ଏପରିକି ଗଂଞ୍ଜାମଜିଲ୍ଲାରୁ କିପରି ମଦ ଆସୁଅଛି ଗଜପତି କି ଚୁରା କାରବାର ଏଥି ପ୍ରତି ମଧ୍ୟ୍ୟ ଅବକାରୀ ବିଭାଗର ନଜର ନାହିଁ