ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଖଲିକୋଟ ମା’ ରାହାଣ ଦେବୀ ଟ୍ରକ ମାଲିକ ସଂଘର ପକ୍ଷରୁ ୧ ଲକ୍ଷ ୧୧ ହଜାର ଟଙ୍କା ପ୍ରଦାନ
ଛତ୍ରପୁର : କରୋନା ଭୂତାଣୁ ଦ୍ୱାରା ଦେଖାଦେଇଥିବା ସାମାଜିକ ଦୁର୍ଦ୍ଦିନରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯଥାଶକ୍ତି ଅର୍ଥରାଶି ସହାୟତା କରିବାକୁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଦେଶ ଓ ରାଜ୍ୟର ବିପଦ ସମୟରେ ଆମେ ସମସ୍ତେ ସାହାଯ୍ୟର ହାତ ବଢ଼ାଇବା ଆବଶ୍ୟକ ବୋଲି ଆମେ ଅନୁଭବ କରୁଛୁ । ଏହି ପରିପ୍ରେକ୍ଷୀରେ ଖଲିକୋଟ ମା’ ରାହାଣ ଦେବୀ ଟ୍ରକ ମାଲିକ ସଂଘ ପକ୍ଷରୁ ୧ ଲକ୍ଷ ୧୧ ହଜାର ଟଙ୍କା ଏକ ଚେକ୍ ପ୍ରଦାନ କରାଯାଇଛି । ଏହି ଚେକ୍ ନିଜାରତ ଅଫିସର ସୌଭାଗ୍ୟ କୁମାର ଗୌଡ଼ଙ୍କ ଉପସ୍ଥିତିରେ ସେକ୍ସନ ଅଫିସର ବାନାମ୍ବର ନାୟକଙ୍କୁ ପ୍ରଦାନ କରାଯାଇଛି । ଚେକ୍ ପ୍ରଦାନବେଳେ ମା’ ରାହାଣ ଦେବୀ ଟ୍ରକ ମାଲିକ ସଂଘର ସଭାପତି ଚକ୍ରପାଣି ରାଉତ, ସମ୍ପାଦକ ପ୍ରକାଶ ଚନ୍ଦ୍ର ମିଶ୍ର, ଉପସଭାପତି ତପନ କୁମାର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ସୀମାଂଚଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେମାନେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ କୌଣସି ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି । ଏହାସହ ନିୟମିତ ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଓ ମାସ୍କ ପିନ୍ଧିବା ଉପରେ ସଚେତନ କରିଛନ୍ତି ।


