ଲୋକଶକ୍ତିର ‘ସଂପର୍କ ନୁହେଁ ସମ୍ବନ୍ଧ’ କାର୍ଯ୍ୟକ୍ରମ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ୍ ଗୋପିନାଥପୁର ଠାରେ ଓଡିଶାର ଅଗ୍ରଣୀ ସାମାଜିକ ସଙ୍ଗଠନ ଲୋକଶକ୍ତି ତରଫରୁ ‘ସଂପର୍କ ନୁହେଁ ସମ୍ବନ୍ଧ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକଶକ୍ତିର ମୁଖ୍ୟ ସଂପାଦକ ରବିନ୍ଦ୍ର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ମୁଖ୍ୟ ବକ୍ତା ଭାବେ ହାଇକୋର୍ଟର ଆଇନଜୀବି ମନୋଜ ରାୟ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସରପଞ୍ଚ ସବିତା ନାୟକ, ଯୁ୍‌ବ ସମାଜସେବୀ ସତ୍ୟସାଧନ ବେଜ ଯୋଗ ଦେଇ ଲୋକଶକ୍ତି ନିଜର କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସହିତ ସମ୍ବନ୍ଧିତ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରୋସିନୀ ସାହୁ, ସୁଜାତା ଜେନା, ତୁଳସୀ ମହାନ୍ତି, ସନ୍ତୋଷ ପଣ୍ଡା, ବିଜୟ ଶତପଥି, ରମାରାଣୀ କର, ପର୍ଶୁରାମ ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ବିପିଏମ୍ ଚିରଞ୍ଜିବୀ ଦାସ, ନାଏବ ସରପଞ୍ଚଙ୍କ ସମେତ ବହୁ ବ୍ୟକ୍ତି ଓ ମହିଳା ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ନାଏବ ସରପଞ୍ଚ, ଆଇନଜୀବି ମନୋଜ ରାୟ, ଯୁବ ସମାଜସେବୀ ସତ୍ୟ ସାଧନ ବେଜଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଗୋପିନାଥ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ, ଜୟନ୍ତୀ କଟୁଆଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମହିଳା ମହାସଂଘର ସଂପାଦିକା ରୀତା ରାଉଳ, ସଭାନେତ୍ରୀ ଭାରତୀ ଦାସ, ତନ୍ମୟୀ ଦାସ, ପ୍ରେମଲତା ସାହୁ, ପାର୍ବତୀ ଜେନା, କୁଞ୍ଜଲତା ଜେନା, ବିମଳା ସେଠୀ, ସରସ୍ୱତୀ ସେଠୀ, ଚମ୍ପା ସାହୁ, କଳ୍ପନା ଜେନା, ଅରୁନ୍ଧତୀ ବେହେରା, ମମତା ମହାପାତ୍ର, ଗାୟତ୍ରୀ ଦାସ, ଜୟନ୍ତୀ କଟୁଆଳ, ଉର୍ମିଳା ଜେନା, ଗୀତାଞ୍ଜଳୀ ନାୟକ, ପାର ଜେନା, ଅଞ୍ଜଳୀ ଜେନା, ପ୍ରଦୀପ ଜେନା, ନୃସିଂହ ମହାନ୍ତିଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ