ହାସିନପୁରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ପୁରୁଣା ହରିହାଟ ହରିହର ବିଜେସ୍ଥଳୀ ହାସିନପୁର ଠାରେ ମାର୍ଗଦର୍ଶକ ବାବାଜି ଶ୍ରୀ ଶ୍ରୀ ଜଗନ୍ନାଥ ଦାଶ ମହାରାଜଙ୍କ ପରାମର୍ଶ ଅନୁଯାୟୀ କଳିର କରାଳ ରୂପକୁ ପ୍ରଶମିତ, ଧରାପୃଷ୍ଠକୁ ଉଶ୍ୱାସ, ଜଗତର କଲ୍ୟାଣ ନିମନ୍ତେ ଏକ ତ୍ରିଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ରବିବାର ଅଙ୍କୁରାଧିବାସ କରାଯାଇ ମହିଳା, ପୁରୁଷଙ୍କୁ ନେଇ ନିକଟସ୍ଥ ପୁଷ୍କରିଣୀରୁ କଳସ ଅଣାଯାଇଥିଲ । ପରେ ସୌରଅଗ୍ନି ଆନୟନ କରାଯାଇ ଘଟ ମଣ୍ଡଳାଦି ପୂଜା କରାଯାଇ ଅଗ୍ନିଆଶାଧନ କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ପଣ୍ଡିତ ପିତାମ୍ବର ପଣ୍ଡା, ଜଗନ୍ନାଥ ପାଣିଗ୍ରାହୀ, ସତ୍ୟବ୍ରତ ପଣ୍ଡା, ମାଧବ ଚନ୍ଦ୍ର ପାଣିଗ୍ରାହୀ, ଦେବେନ୍ଦ୍ର ପଣ୍ଡା, ଦେବଦତ୍ତ ଦୀକ୍ଷିତ୍‌, ଭରତ ଚନ୍ଦ୍ର ପଣ୍ଡା, ପୀତବାସ ଶତପଥି, ଜ୍ୟୋତିଷାଚାର୍ଯ୍ୟ ଦୁଃଶାସନ ଗ୍ରହାଚାର୍ଯ୍ୟଙ୍କ ଦ୍ୱାରା ପୂଜା କାର୍ଯ୍ୟ ସଂପାଦନ ହୋଇଥିଲା । ଏଥିରେ ଜୟ ଜଗନ୍ନାଥ ପରିବାରର ସମସ୍ତ ଭକ୍ତ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ