ଲୋକସଭାରେ ବ୍ରହ୍ମପୁର ସାଂସଦଙ୍କ ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅତିରିକ୍ତ ୨ହଜାର ମୋବାଇଲ ଟାୱାର ନିର୍ମାଣ ତଥା ସ୍ଥାପନ ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଲୋକସଭାରେ ଜଣାଇଛନ୍ତି । ଏନେଇ ସାଂସଦ ଶ୍ରୀ ସାହୁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀଙ୍କୁ ଏକ ଲିଖିତ ପତ୍ର ମଧ୍ୟ ପ୍ରଦାନ କରିଥିବାର ଜଣାପଡିଛି । ସାଂସଦ ଶ୍ରୀ ସାହୁ ଜଣାଇଛନ୍ତି ଯେ, ଦକ୍ଷିଣ ଓଡିଶା ତଥା ଗଜପତି ଓ ଗଞ୍ଜାମ ଜିଲ୍ଲାର ବହୁ ଉପାନ୍ତ ଓ ଦୁର୍ଗମ ଅଞ୍ଚଳ ରହିଛି । ଓଡିଶା ରାଜ୍ୟର ୬, ୨୭୮ ଗ୍ରାମାଞ୍ଚଳବାସୀ ବର୍ତ୍ତମାନ ସୁଦ୍ଧା ମୋବାଇଲ କିମ୍ବା ଫୋନ ଯୋଗେ କୌଣସି ଯୋଗାଯୋଗ କରିପାରୁନାହାନ୍ତି । ବର୍ତ୍ତମାନ କୋଭିଡ୍‌-୧୯ ସଂକ୍ରମଣ କାଳରେ ମଧ୍ୟ ଲୋକେ ନିଜ ନିଜ ସମ୍ପର୍କୀୟଙ୍କ ଖବର ସଂଗ୍ରହ କରିପାରୁନାହାନ୍ତି । ଏହାକୁ ଅନୁମାନ କରାଯାଇ ପାରେ ଯେ, ଲୋକେ କେତେ ଅସୁବିଧାରେ ରହୁଥିବେ । ତେବେ ସମ୍ପତି କେନ୍ଦ୍ର ସରକାରଙ୍କ ଘରୋଇ ବିଭାଗ ୪୮୮ ମୋବାଇଲ ଟାୱାର ନିର୍ମାଣ ପାଇଁ ମଞ୍ଜୁର କରିଥିବାରୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରି ସାଂସଦ ଶ୍ରୀ ସ।।ହୁ ଦକ୍ଷିଣାଞ୍ଚଳର ଗଜପତି-ଗଞ୍ଜାମ ଜିଲ୍ଲାରେ ବହୁ ଉପାନ୍ତ ତଥା ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳ ରହିଛି । ତେଣୁ ଯେଉଁ ୪୮୮ ମୋବାଇଲ ଟାୱାର ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ । ତେଣୁ ଏହି ଦୁଇଗୋଟି ଜିଲ୍ଲାରେ ଆହୁରି ୨ହଜାର ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଉଚିତ ପଦ କ୍ଷେପ ଗ୍ରହଣ କରନ୍ତୁ ବୋଲି ଲୋକେ ସଭାରେ ବ୍ରହ୍ମପୁର ସାଂସଦ ଶ୍ରୀ ସାହୁ ଅନୁରୋଧ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ