ଅଫିସର ଶ୍ରୀ ଦାସ ସାହସ, ପ୍ରତିବଦ୍ଧତା ଏବଂ ପରିଶ୍ରମର ସହ ଦେଶ ସେବା କରିଥିଲେ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ତାମିଲନାଡ଼ୁ କୁନ୍ନୁର ଠାରେ ଅଭାବନୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡ଼ିଏସ୍ ଜେନେରାଲ ବିପିନ ରାୱତ ଓ ଅନ୍ୟ ସେନା ଅଧିକାରୀଙ୍କ ସମେତ ତାଳଚେରର ବୀର ଯବାନ ଜୁନିୟର ୱାରେଂଟ୍ ଅଫିସର ରାଣାପ୍ରତାପ ଦାସଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଗତକାଲି ଦୁର୍ଭାଗ୍ୟଜନକ ହେଲିକପ୍ଟର ଦୁର୍ଘଟଣାକୁ ଦେଶ ଭୁଲି ପାରିନଥିବା ବେଳେ ସିଡ଼ିଏସ ଜେନେରାଲ ରାୱତ ଏବଂ ଅନ୍ୟାନ୍ୟ ସେନା ଅଧିକାରୀଙ୍କ ସହ ତାଳଚେର ଅଂଚଳର ଜୁନିୟର ୱାରେଂଟ୍ ଅଫିସର ରଣାପ୍ରତାପ ଦାସଙ୍କ ବିୟୋଗ ଅଧିକ ଦୁଃଖ ଦେଇଛି । ଜଣେ ଅନନ୍ୟ ବ୍ୟକ୍ତିତ୍ୱ ଭାବେ ଜୁନିୟର ୱାରେଂଟ୍ ଅଫିସର ଶ୍ରୀ ଦାସ ସାହସ, ପ୍ରତିବଦ୍ଧତା ଏବଂ ପରିଶ୍ରମର ସହ ଦେଶ ସେବା କରିଥିଲେ । ତାଙ୍କ ବିୟୋଗରେ ଦେଶ ଜଣେ ଉତମ ବାୟୁସୈନିକ ଏବଂ ଓଡିଶା ଜଣେ ବୀର ସନ୍ତାନକୁ ହରାଇଲା । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ