ଲୋକ ସଂପର୍କ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ଯାଜପୁର ଜିଲ୍ଲାରେ ଅବସ୍ଥାପିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କର ପୁରୀ ଜିଲ୍ଲାକୁ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ବଦଳି ହୋଇଚ୍ଥି । ଏହି ଉପଲକ୍ଷେ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଏକ ସମ୍ୱର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ସଭାପତିତ୍ୱ କରି କହିଲେ ଯେ, ଦୀର୍ଘ ୯ ବର୍ଷ ଧରି ଶ୍ରୀ ସେଠୀ ଲୋକ ସଂପର୍କ ବିଭାଗର କାର୍ଯ୍ୟକୁ ଅତି ଦକ୍ଷତାର ସହ ସମ୍ପାଦନ କରିଆସିଚ୍ଥନ୍ତି । ଯାହା ପଂଳରେ ଲୋକ ସଂପର୍କ ବିଭାଗର ଆଭିମୁଖ୍ୟ ସାଧାରଣରେ ପ୍ରତିପଂଳିତ ହୋଇପାରିଚ୍ଥି । ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ଜିଲ୍ଲା ପ୍ରଶାସନ ତାଙ୍କୁ ନିଶ୍ଚିତ ଭାବେ ମନେ ରଖିବ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ଶ୍ରୀ ସେଠୀଙ୍କ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠାକୁ ଭୁରି ଭୁରି ପ୍ରଶଂସା କରିବା ସହ ବଦଳି ହୋଇଥିବା କାର୍ଯ୍ୟସ୍ଥଳୀରେ ମଧ୍ୟ ଏହିପରି ସୁନାମ ଅର୍ଜନ କରିବେ ବୋଲି ଆଶା ପ୍ରକଟ କରିଥିଲେ । ଏହି ଅବସରରେ ଜିଲ୍ଲା ପ୍ରଶାସନ ତରପଂରୁ ଶ୍ରୀ ସେଠୀଙ୍କୁ ପୁଷ୍ପଗୁଚ୍ଚ୍ଥ, ଉତ୍ତରୀୟ ଓ ଉପଢୈାକନ ଦେଇ ସମ୍ୱର୍ଦ୍ଧନା କରାଯାଇଥିଲା । ଏହି ବିଦାୟକାଳୀନ ସମ୍ୱର୍ଦ୍ଧନା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟ କଲେକ୍ଟର କୁଳମଣି ନାୟକ, ଅସ୍ମିତା ଦାଶ, କାଜଲ ପ୍ରଧାନ, ପ୍ରଜ୍ଞା ହୋତା,ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି, ଜିଲ୍ଲା ମଙ୍ଗଳ ଅଧିକାରୀ ବୁଧଦେବ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଓ.ଏସ୍‌.ଡି. ତରଣୀସେନ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ ସୁବାଷ ସାମଲ, ଜିଲ୍ଲା ସଂସ୍ଥା ଅଧିକାରୀ ଅଲେଖ ମହାରଣା ପ୍ରମୁଖ ଉପସ୍ଥିତ ରହି ଅଧିକାରୀ ଶ୍ରୀ ସେଠୀଙ୍କ କାର୍ଯ୍ୟଦକ୍ଷତା ଉପରେ ବକ୍ତବ୍ୟ ରଖିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ