ଲୋଟସ ରିସୋର୍ଟସ ପକ୍ଷରୁ ବିପନ୍ନଙ୍କୁ ସୋଲାର ଲାଇଟ୍ ବଣ୍ଟନ
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): କୋଣାର୍କ-ପୁରୀ ବେଳାମାର୍ଗସ୍ଥ ଲୋଟସ ରିସୋର୍ଟର ପରିଚାଳକ ଭାରତଭୂଷଣ ବିଶ୍ୱାଳଙ୍କ ଉଦ୍ୟମକ୍ରମେ ଭିଟଲ କାମାଥ ଗ୍ରୁପ୍ର ମୁଖ୍ୟ ଡ ଭିଟଲ ଭେଙ୍କଟେସ କାମାଥ ପକ୍ଷରୁ ଫାନି ବିପନ୍ନ ଲୋକଙ୍କୁ ସହାୟତାର ହାତ ବଢାଇ ସୁତନ ପଞ୍ଚାୟତର ଟିକନା ଓ ଖାଳକଟାପାଟଣା ଏବଂ କୋଣାର୍କ ଏନ୍ଏସିର ବିଭିନ୍ନ ୱାର୍ଡର ବାତ୍ୟା ବିପନ୍ନ ପରିବାରଙ୍କୁ ଏକ ହଜାରରୁ ଅଧିକ ସୋଲାର ଲାଇଟ୍ ପ୍ରଦାନ କରାଯାଇଛି । ଲୋଟସ ରିସୋର୍ଟର ପରିଚାଳକ ଭାରତଭୂଷଣ ବିଶ୍ୱାଳଙ୍କ ସୂଚନା ମୁତାବକ ବ୍ରହ୍ମଗିରି, କଣାସ ଅଞ୍ଚଳର ବାତ୍ୟାବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସୋଲାର ଲାଇଟ ମଧ୍ୟ ପ୍ରଦାନ କରାଯିବା ସହିତ ଉଜୁଡି ଯାଇଥିବା ଜଙ୍ଗଲ ସମ୍ପଦର ପୁନରୁଦ୍ଧାର ପାଇଁ ପ୍ରୟାସ କରିବା ସହ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଲୋଟସ ରିସୋର୍ଟର ସେଫ୍ ସୁନିଲ ପାଣିଗ୍ରାହୀ, ପ୍ରଭୂଦତ୍ତ ଦାଶ, ତାପସ ଦାସଙ୍କ ସମେତ ସମସ୍ତ କର୍ମଚାରୀ ସୋଲାର ଲାଇଟ୍ ପ୍ରଦାନରେ ସାହାଯ୍ୟ କରିଥିଲେ ।