ଲୋପ ପାଉଛି ଗୁଡ ତିଆରି ଶାଳ ଆଖୁ ଚାଷୀଙ୍କୁ ମିଳୁନି ସରକାରୀ ପ୍ରତ୍ସାହନ
ରାୟଗଡା,(ଦୁର୍ଗା ପ୍ରସାଦ ପାଢ଼ୀ):ଚାଷୀଙ୍କ ବିକାଶ କ୍ଷେତ୍ରରେ ସରକାର କୃଷି ଏବଂ କୃଷକର ବିକାଶ ଦିଗରେ ବିଭିନ୍ନ ଯୋଜନା ପ୍ରଣାୟନ କରିବା ସହ ଏଥିପାଇଁ କୋଟି କୋଟି ଟଙ୍କାର ଅର୍ଥ ଖର୍ଚ୍ଚ କରୁଛନ୍ତି । ହେଲେ ଏହାର ସୁବିଧା ଆଖୁ ଚାଷୀଙ୍କ ନିକଟରେ ଅପହଞ୍ଚ ହୋଇ ରହିଛି। କୌଣସି ସୁବିଧା ନ ମିଳିବା ଫଳରେ ଏମିତ କିଛି ଚାଷ ଏବେ ସରକାରୀ ପ୍ରତ୍ସାହନ ଅଢୁଆଳରେ ରହିଯାଉଛି । ଆମେ କହୁଛୁ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର ଅନ୍ତର୍ଗତ ଚାଟିକୋଣା ପଞ୍ଚାୟତ ବାରିଗୁଡା ଗ୍ରାମର । ଲୋକେ ପୂର୍ବେ ପୁରୁଷ ରୁ ଆଖୁ ଚାଷ ସାଙ୍ଗକୁ ଘଣା ଶାଳରେ ଗୁଡ ପ୍ରସ୍ତତ କରିବା ଏକ ପ୍ରମୁଖ ବ୍ୟବସାୟ ହୋଇଆସୁଥିଲା।ହେଲେ ତାହା ବର୍ତମାନ ଲୋପ ପାଇବାକୁ ବସିଲାଣି । ଏ ଅଂଚଳରେ ପୂର୍ବ ପୁରୁଷରୁ ଆଖୁ ଚାଷ ହୋଇଆସୁଥିବା ବେଳେ ରାୟଗଡା ଚିନିକଳ କୁ ଆଖୁ ଯୋଗାଇବା ସହ ଏହି ଠାରେ ପ୍ରସ୍ତୁତି ହେଉଥିବା ଗୁଡର ଏ ଅଂଚଳରେ ବେଶ ଚାହିଦା ଥିଲା । ଏଠାରେ ପ୍ରସ୍ତୁତ ହେଉଥିବା ଗୁଡ ରାୟାଗଡା ଜିଲ୍ଲା ଓ କିଛି ପଡସି ଜିଲ୍ଲାରେ ମଧ୍ୟ ବେଶ ଚାହିଦା ରହିଥଲା। ବର୍ତ୍ତମାନ ସରକାରୀ ପ୍ରତ୍ସାହନ ର ଅଭାବ ସାଙ୍ଗକୁ ଏବେ ଆନ୍ଦ୍ର ଏବଂ ଛତିଗଡ ରୁ ଭେଜାଲ ଗୁଡ ଉପରେ ନିର୍ଭର କରିବା ପାଇଁ ପଡୁଛି। ଆଖୁ ଚାଷୀଙ୍କୁ ସରକାରି ପ୍ରତ୍ସାହନ ଅଭବୁ ରୁ ଆଖୁ ଚାଷ ଧୀରେ ଧୀରେ କମିବାରେ ଲାଗିଲା ଯାହାଫଳରେ ଆଖୁ ଚାଷ ପ୍ରତି ଚାଷି ମୁହଁ ମୁଡୁଛି । ପୂର୍ବ ପୁରୁଷରୁ ଏହି ଚାଷ ହୋଇଆସୁଥିବା ବେଳେ ବର୍ତମାନ ବାରିଗୁଡା ଗ୍ରାମର ଜଣେ ମାତ୍ର ରବିନ୍ଦ୍ର କାଣ୍ଡ ପୂର୍ବ ପୁରୁଷରୁ ଆଖୁ ଚାଷ ଜାରି ରଖିଛନ୍ତି। ନିଜ ଦୁଇ ଏକର ଜମିରି ଆଖୁ ଚାଷ କରି ପ୍ରତ୍ୟେକ ବର୍ଷ ଗୁଡ ଶାଳରେ ଆଖୁ ପେଡି ଗୁଡ ପ୍ରସ୍ତୁତ କରୁଛନ୍ତି । ବର୍ତମାନ ମଧ୍ୟ ରବିନ୍ଦ୍ର ସେହି ପୁରୁଣା ଭଙ୍ଗାଦଦରା ଆଖୁ ଘୋଣା ରେ ବଳଦ ସାହାଯ୍ୟ ରେ ଆଖୁ ରୁ ରଶ ବାହାର କରି ରନ୍ଧା ଗୁଡ ପ୍ରସ୍ତୁତ କରୁଛନ୍ତି । ସେ ଜଣେ ନିଜର ଦୁଇ ଏକର ଜମିରେ ନିଜ ପ୍ରଚେଷ୍ଠା ରେ ଆଖୁ ଚାଷ କରି ଗୁଡ ପ୍ରସ୍ତୁତ କରି ସ୍ଥାନୀୟ ଆଚଳରେ ବିକ୍ରି କରି ଏହି ପରମ୍ପରା ବଞ୍ଚେଇ ରଖିଛନ୍ତି । ଏହି ଚାଷିକୁ ବର୍ତମାନ ସୁଦ୍ଦା ନା ଆଖୁ ଚାଷ ପାଇଁ ହେଉ କିମ୍ବା ଗୁଡ ଶାଳରେ ଗୁଡ ପ୍ରସ୍ତୁତ ପାଇଁ କୌଣସି ସରକାରୀ ସହାୟତା ମିଳିନଥିବା ରବିନ୍ଦ୍ର ପ୍ରକାଶ କରିଛନ୍ତି ।ଏହି ଗୁଡ ଶାଳଟି ବର୍ତ୍ତମାନ ସରକାର ଙ୍କ ଦୃଷ୍ଟି ଅଢୁଆଳରେ ରହିଯାଇଛି । ଏହି ଶାଳରେ ଢ଼େଲାଗୁଡ,ଚେକାଗୁଡା,ସରଗୁଡ ପ୍ରସ୍ତୁତ ହେଉଅଛି । ଦୁଇ ଏକର ଜମିରେ ହେଉଥିବା ଆଖୁ ଫସଲ ରେ ଗୁଡ ଶାଳ ଟି ଏକ ମାସ କାର୍ଯ୍ୟକ୍ଷମ ହେବା ପରେ ଆଖୁର ଅଭାବରୁ ଶାଳ କୁ ବନ୍ଦ କରିବା ନିମନ୍ତେ ବାଧ୍ୟ ହେଉଛିନ୍ତି । ରବିନ୍ଦ୍ର ଙ୍କ ପରିବାରର ପାଂଚ ପ୍ରାଣି କୁଟୁମ୍ବ ଏହି ଗୁଡ ବ୍ୟବସାୟ କରି ନିଜର ପରିବାର ପୋଷଣ କରନ୍ତି । ବଳକା ୧୧ମାସ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ପରିବାରର ଗୁଜରାଣ ମେଣ୍ଟାଉଛନ୍ତି। ପୂର୍ବରୁ ବାରିଗୁଡା ଗ୍ରାମରେ ୧୦ରୁ ଅଧିକା ଗୁଡଶାଳରେ ବର୍ଷତମାମ ଗୁଡ ପ୍ରସ୍ତୁତି ହୋଇ ବିକ୍ରି ହେଉଥିବା ବେଳେ କ୍ରମଶଂ ଆଖୁ ର ଅଭାବରୁ ସବୁ ଗୁଡ ଶାଳ ବନ୍ଦ ହେବା ସହ ଘୋଣା ସବୁ ମାଟିରେ ମିଶି ଯାଇଛି । ରବିନ୍ଦ୍ର ଏକ ମାତ୍ର ଚାଷି ଯିଏ କି ବର୍ତମାନ ସୁଦ୍ଦା ନିଜର ପ୍ରଚେଷ୍ଠା ରେ ଏହି ବୃତିକୁ ଆପଣେଇ ନେଇ ଗୁଡ ଶାଳର ପ୍ରଥାକୁ ବଂଚେଇ ରଖିଛନ୍ତି । ଆଖୁ ଚାଷ ନିମନ୍ତେ ରବିନ୍ଦ୍ର କୃଷି ବିଭାଗ,ଉଦ୍ୟାନ୍କୃଷି , ବ୍ୟାଙ୍କ କୁ ଯାଇ ଆଖୁ ଚାଷ ନିମନ୍ତେ ସହାୟତା ପାଇଁ ନିବେଦନ କରି ବିଫଳ ହୋଇଥିଲେ । ବର୍ତମାନ ଆଖୁ ଚାଷ ପ୍ରତି ସରକାର ଙ୍କ ପକ୍ଷରୁ ଚାଷିଙ୍କୁ ପ୍ରତ୍ସାହନ ମିଳିଳେ ଆମ ଅଂଚଳ ର ବହୁ ଚାଷି ଚାଷ କରିବା ନିମନ୍ତେ ଆଗଭର ହେବେ ଏବଂ ପୂର୍ବ ଭଳି ବର୍ତମାନ ନୂତନ ଜ୍ଞାନ କୌଷଳରେ ଗୁଡ ପ୍ରସ୍ତୁତି ହେବ ଏବଂ ବହୁ ଲୋକ ଆତ୍ମ ନିର୍ଭର ଶିଳ ହୋଇ ରୋଜଗାର କ୍ଷମ ହୋଇପାରିବେ ବୋଲି ରବିନ୍ଦ୍ର ପ୍ରକାଶ କରିଛନ୍ତି।