ଲୋ-କ୍ୟାଲୋରୀ ସ୍ବିଟନର୍‌ର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ: ୟୁଏସ୍‌ଏଫ୍‌ଡିଏ

ସାମ୍ପ୍ରତିକ ସମୟରେ ସୁସ୍ଥ ଜୀବନଯାପନ ପାଇଁ ଜନସାଧାରଣଙ୍କ ମଧ୍ୟରେ ସୁଗାର୍‌ ଫ୍ରି ଲାଇଫ୍‌ଷ୍ଟାଇଲ୍‌ ପ୍ରତି ଦୁର୍ବଳତା କ୍ରମଶଃ ବଢ଼ି ବଢ଼ି ଚାଲିଛି। ନିଜର ଦୈନନ୍ଦିନ ଜୀବନର ଆହାରରେ ଚିନିର ବିକଳ୍ପ ପାଇଁ ସୁଗାର୍‌ ଫ୍ରି ଓ ଅନ୍ୟାନ୍ୟ ଲୋ-କ୍ୟାଲୋରୀଯୁକ୍ତ ସ୍ବିଟନର୍‌ର ଉପଯୋଗ ଦିଗରେ ଆଗ୍ରହ ମଧ୍ୟ ବଢ଼ିଚାଲିଛି। ଏହା ମଧ୍ୟ ସୁସ୍ଥ ଜୀବନଯାପନ ଦିଗରେ ସହାୟକ ହୋଇପାରୁଛି। ତେଣୁ ଦିନକୁ ଦିନ ଏହାର ଲୋକପ୍ରିୟତା ମଧ୍ୟ ଆନୁଷଙ୍ଗିକ ଭାବେ ବୃଦ୍ଧି ପାଉଛି। କିନ୍ତୁ ସୁଗାର୍‌ ଫ୍ରି’ର ଆଦର ବଢ଼ୁଥିଲେ ମଧ୍ୟ ଏହାକୁ ନେଇ ବିବାଦ ମଧ୍ୟ କମ୍‌ ନାହିଁ। ବିଭିନ୍ନ ସମୟରେ ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଆସିଛି। କିନ୍ତୁ ଏପରି ରିପୋର୍ଟର କୌଣସି ସତ୍ୟତା ନାହିଁ ଓ ସୁଗାର୍‌ ଫ୍ରି’ର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି ଅନ୍ତର୍ଜାତୀୟ ସ୍ତରରେ ହୋଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି।
ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ (ୟୁଏସ୍‌ଏଫ୍‌ଡିଏ)ର ବୈଜ୍ଞାନିକମାନେ ଏପରି ଏକ ନିଷ୍କର୍ଷରେ ପହଞ୍ଚିଛନ୍ତି। ବୈଜ୍ଞାନିକମାନେ ଶହେରୁ ଊର୍ଦ୍ଧ୍ବ ଗବେଷଣା କରିବା ପରେ ସୁଗାର୍‌ ଫ୍ରି’ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ଆସ୍‌ପାର୍ଟେମ୍‌ ଓ ସୁକ୍ରାଲୋଜ୍‌ କୌଣସି ପରିସ୍ଥିତିରେ ବି ମାନବ ଶରୀରକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ନାହିଁ ବୋଲି ଜଣାପଡ଼ିଛି। ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଏକାଧିକ ବାର ଲୋ କିମ୍ବା ନୋ-କ୍ୟାଲୋରୀ ସ୍ବିଟନର୍‌ରକୁ ବଜାରକୁ ଛାଡ଼ିବା ପୂର୍ବରୁ ଏହାର ବିପଜ୍ଜନକ ଦିଗର ପରୀକ୍ଷାନିରୀକ୍ଷା କରିଥାନ୍ତି। ଆସ୍‌ପାର୍ଟେମ୍‌ ଶହେରୁ ଊର୍ଦ୍ଧ୍ବ ପରୀକ୍ଷା ଦେଇ ଗତି କରିସାରିଥିବା ବେଳେ ସୁକ୍ରାଲୋଜ୍‌ ମଧ୍ୟ ୧୧୦ରୁ ଊର୍ଦ୍ଧ୍ବ ଗବେଷଣାର ସମ୍ମୁଖୀନ ହୋଇଛି। ଏହି ଗବେଷଣାରୁ ସୁଗାର୍‌ ଫ୍ରି’ ସମ୍ପୂର୍ଣ୍ଣ ଭାବେ ମାନବ ଶରୀର ପାଇଁ ଉପଯୁକ୍ତ ବୋଲି ସ୍ପଷ୍ଟ କରାଯାଇଛି। ୟୁରୋପ୍‌ ଓ ଆମେରିକାର ବିଭିନ୍ନ ସଂଗଠନ ମଧ୍ୟ ଏହା ଉପରେ ଗବେଷଣା କରି ସକାରାତ୍ମକ ରାୟ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ