ଵାହାଦଲପୁର ଠାରେ ବିଜେଡିର ଜନସଚେତନତା କାର୍ଯ୍ୟକ୍ରମ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନଗୁଆଁ ପଞ୍ଚାୟତ ଵାହାଦଲପୁର ଠାରେ ବିଜେଡି ପକ୍ଷରୁ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିର ନେତା ତଥା ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତ କାନ୍ତି ସାମଲ ଯୋଗା ଦେଇ ଜନସାଧାରଣ ମାନଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲେ । ଏହା ସହିତ ଶ୍ରୀ ସାମଲ କୋରନା ସମ୍ପର୍କିତ ସଚେତନତା ସୂଚୀପତ୍ର ଵିତରଣ କରିଥିଲେ । ଏଥିରେ ହେମନ୍ତ ଯେନା, ଉତ୍କଳ କେଶରୀ ମହାନ୍ତି, ରାଜେଶ ଵାରିକ, ଜୟନ୍ତ କୁମାର ମହାନ୍ତି ଯୋଗଦେଇଥିଲେ କାର୍ଯ୍ୟକ୍ରମକୁ ପ୍ରହଲ୍ଲାଦ ସାହୁ, ଗୌରାଙ୍ଗ ଵାରିକ, ରାହାସ ଵିହାରି ସାହୁ, ଶିଵପ୍ରସାଦ ବାରିକ, ବିଦ୍ୟାଧର ସାହୁ ପ୍ରମୁଖ ପରିଚାଳନା କରିଥିଲେ |


