ଵୃନ୍ଦାବନ ବିଦ୍ୟାଳୟ ତରଫରୁ ୭୧ ତମ ସ୍କାଉଟ ଦିବସ ପାଳନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରପରିଷଦ ସରକାରୀ ଵୃନ୍ଦାବନ ବିଦ୍ୟାଳୟ ତରଫରୁ ୭୧ ତମ ସ୍କାଉଟ ଦୀବସ ପାଳନ ହୋଇଯାଇଅଛି,। ରବିବାର ସକାଳେ ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କାଉଟ ଶିକ୍ଷକ ଲାଲମୋହନ ସାହୁ ଓ କ୍ୟାପଟେନ୍ ଗାଇଡ ଭାରତୀ ଚୌଧୁରୀ ବିଦ୍ୟାଳୟ ର ସମର ଶିକ୍ଷାର୍ଥୀ ବାହିନୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନଗର ପରିକ୍ରମା କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟ ପରିସରରୁ ସଚେତନତା ରାଲି ଵାହାରି ହାତରେ ଫ୍ଳା କାର୍ଡ ,ବ୍ୟାନର ଓ ଲିଫଲେଟ ଧରି ପ୍ଲାଷ୍ଟିକ ମୁକ୍ତ ସହର ଓ ପଲିଥିନ୍ ବ୍ୟବହାର ନକରିବାକୁ ଜନ ସଚେତନତା କରାଇଥିଲେ । ଫିଟ ଇଣ୍ଡିଆ ଓ ସାଲାମ ଇଣ୍ଡିଆ ନାରା ଦେବା ସହ ସ୍ଵଛ ପରିବେଶ, ପ୍ଲାଷ୍ଟିକ, ପଲିଥିନ୍ ବ୍ୟବହାର ନ କରିବାକୁ ସ୍ଲୋଗାନ ଦେଇ ପାଟଣାସାହି, କଲେଜରୋଡ, ବସଷ୍ଟାଣ୍ଡ ଦେଇ ଵିଜୁପଟ୍ଟନାୟକ ଛକ, ପରିଵାଵଜାର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ । ବିଦ୍ୟାଳୟ ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। । କାର୍ଯ୍ୟକ୍ରମକୁ ମଧୁସୂଦନ ପଣ୍ଡା ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।


