ଜାଡ଼ରେ ଥରୁଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶାର କଶ୍ମୀର ତଥା ଭୂସ୍ଵର୍ଗ କୁହାଯାଉଥିବା ଦାରିଙ୍ଗବାଡ଼ିରେ ଦିନକୁ ଦିନ ଶୀତର ପ୍ରକୋପ ବୃଦ୍ଧି ପାଉଛି। ପ୍ରତିଦିନ ପାରଦ ନିମ୍ନଗାମୀ ହେଉଥିବା ବେଳେ ଥଣ୍ଡା ବୃଦ୍ଧି ପାଉଛି । ରବିବାର ଦିନ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୯.୫ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି। ଶନିବାର ଦିନ ତାପମାତ୍ରା ୧୩ ଡିଗ୍ରୀ ସେଲସିଅସ୍ ରହିଥିବା ବେଳେ ଗୋଟିଏ ଦିନରେ ୩.୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇ ରବିବାର ଦିନ ୯.୫ ଡିଗ୍ରୀ ସେଲସିଅସ୍‌ରେ ପହଞ୍ଚିଥିଲା ।
ତାପମାତ୍ରା ଏଭଳି ନିମ୍ନଗାମୀ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଜାଡ଼ ବୃଦ୍ଧି ପାଉଥିବାରୁ ଲୋକଙ୍କ ପାଇଁ ଶୀତ ଅସହ୍ୟ ହେଲାଣି । ଥଣ୍ଡାରୁ ରକ୍ଷା ପାଇବା ପାଇଁ ସକାଳୁ କିଏ ନିଆଁର ସାହାର ନେଉଛନ୍ତି ତ’ ଆଉ କେହି ଗରମ ପାନୀୟ ଜଳ ବ୍ୟବହାର ସହ ଶୀତବସ୍ତ୍ର ପରିଧାନ କରୁଛନ୍ତି । ଥଣ୍ଡା ବୃଦ୍ଧି ପାଇବା ଯୋଗୁଁ ଲୋକେ କାମଧନ୍ଦାକୁ ଠିକ୍ ସମୟରେ ଯାଇ ପାରୁନାହାନ୍ତି । ବୃଦ୍ଧବୃଦ୍ଧା ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନ୍ୟ ପକ୍ଷରେ ଥଣ୍ଡା ବୃଦ୍ଧି ପାଇବା ଫଳରେ ଦାରିଙ୍ଗବାଡ଼ିରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତିଦିନ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଶୀତର ମଜା ନେବା ପାଇଁ ଦାରିଙ୍ଗବାଡ଼ି ଆସୁଛନ୍ତି । ଶୀତ ବୃଦ୍ଧିପାଇବା ଫଳରେ ଦାରିଙ୍ଗବାଡ଼ି ସ୍ଥିତ ହିଲଭିୟୁ ପାର୍କ, ନେଚର ପାର୍କ, କଫି ବଗିଚା, ଦାସିଙ୍ଗବାଡ଼ିର ମିଡିୟୁବାନ୍ଦା ଜଳପ୍ରପାତ, କିରୀକୁଟିର ଲଭର୍ସ ପଏଣ୍ଟ, ସନସେଟ ପଏଣ୍ଟରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ