ଶକ୍ତିପୀଠ ଝଙ୍କଡ଼ ମା ଶାରଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ପରିତ୍ୟକ୍ତ ଅବସ୍ଥା ସୁଧୁରିବାରେ ଲାଗିଛି

ତିର୍ତ୍ତୋଲ,(ଅଭିଷେକ ତ୍ରିପାଠୀ): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅଧିନ କନକପୁର ଠାରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ଼ ମା ଶାରଳା ମନ୍ଦିର ପଶ୍ଚିମ ପାର୍ଶ୍ବରେ ଶାରଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଘର ପରିତ୍ୟକ୍ତ ଅବସ୍ଥାରେ ରହିଥିଲା। ଏହି ବିପଦ ସଙ୍କୁଳ ପରିତ୍ୟକ୍ତ ଘର ଅସାମାଜିକଙ୍କ ଆଡ୍ଡା ପାଲଟିଥିଲା।। ଏସମ୍ପର୍କରେ ପ୍ରଥମେ ଯୁଗାଦ୍ଧ ରେ ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ତରଫରୁ ଏହି ପରିତ୍ୟକ୍ତ ଘରକୁ ଭଙ୍ଗା ଯାଇଛି। ଏବେ ଏହି ପରିସର ଚାରିପାଖରେ ବିଭାଗ ତରଫରୁ ପାଚେରି ବୁଲାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆଗାମୀ ଦିନରେ ଶାରଳା ମନ୍ଦିର ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅନୁଦାନ ରାଶିରେ ଏଠାରେ ଉନ୍ନୟତ ପ୍ରକଳ୍ପ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ଏହି ଘରକୁ ଭଙ୍ଗାଯାଇ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଗୋଟେ ଯାତ୍ରୀ ବିଶ୍ରାମ ଗାର ହେଉ ଅବା ରାତି ରହଣି ସ୍ଥଳି ଖୋଲା ଜlନ୍ତl ତବେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁ ଆଦି ସୁବିଧା ପାଇ ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ କରିଥିଲେ l ଏସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସଙ୍କୁ ପଚାରିବାରୁ ଘରଟି ବିପଦପୁର୍ଣ୍ଣ ଥିବାରୁ ଏବେ କେବଳ ବିଭାଗ ତରଫରୁ ଭଙ୍ଗାଯାଇଛି । ଚାରି ପଟରେ ପାଚେରି ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତିରେ ସେଠାରେ ଉନ୍ନୟନ ପ୍ରକଳ୍ପ ହେବ ବୋଲି ସେ ମତ ପ୍ରକାଶ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ