ଶକ୍ତି ପୀଠକୁ ବି ଛାଡିଲେନି ମନ୍ଦିରରୁ ଚୋରି

ପୁରୁଷୋତ୍ତମପୁର, (ୱା ଏନ ଏସ):ଗଞ୍ଜାମ ଜିଲ୍ଲାର ଇଷ୍ଟ ଦେବି ତଥା ଆଦି ଶକ୍ତି ମାଁ ତାରାତାରିଣୀଙ୍କ ପୀଠ ରୁ ଚୋରି ହୋଇଥିବା ସୂଚନା ମିଳିଛି । ଏହି ଚୋରି ଯୋଗୁ ମା’ଙ୍କ ନିତିକାନ୍ତିରେ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିଳମ୍ବ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ମା’ଙ୍କ ଅଳଙ୍କାର ଓ ଟଙ୍କାକୁ ଚୋରମାନେ ନେଇଯାଇଛନ୍ତି। ୧୯୯୪ରେ ମା’ଙ୍କ ପୁରୁଣା ମନ୍ଦିର ଥୂବା ସମୟରେ ଏଭଳି ଚୋରି ହୋଇଥ‌ିବା ବେଳେ ପୁଣି ଦୀର୍ଘ ୩୦ ବର୍ଷପରେ ତାହାର ପୁନରାବୃତ୍ତି ଘଟିଛି। ସେହି ସମୟରେ ଦୁର୍ବୃତ୍ତମାନେ ମା’ଙ୍କ ଚଳନ୍ତି ପ୍ରତିମାକୁ ଚୋରାଇ ନେଇଥିବା ବେଳେ ବର୍ତ୍ତମାନ ମା’ଙ୍କ ରୁପାର କିରଟି, ମୂଖା, ଛତା ଆଦି ଅଳଙ୍କାର ସହ ହୁଣ୍ଡିକୁ ଭାଙ୍ଗି ସେଥ୍ ମଧ୍ୟରେ ଥ‌ିବା ଭକ୍ତିଙ୍କ ଲକ୍ଷାଧୂକ ଦାନ ଟଙ୍କାକୁ ମଧ୍ୟ ନେଇଯାଇଛନ୍ତି। ଦୁର୍ବୃତ୍ତମାନେ ଗେଟର ତାଲା ଭାଙ୍ଗିବା ସହ ବୁଧବାର ସକାଳୁ ମା’ଙ୍କ ପୂଜାପାଠ ଲାଗି ଆସିଥିବା ସେବାୟତ ଏହା ଦେଖ୍ ଅନ୍ୟ ସେବାୟତମାନଙ୍କୁ ଜଣାଇଥିଲେ। ଏହାର ଖବରପାଇ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା,ଏସଡିପିଓ ରଜନିକାନ୍ତି ସାମଲ, ମନ୍ଦିର ନିର୍ବାହୀ ଅଧୂକାରୀ ଟିକେ ରେଡି ଘଟଣାସୁଳକୁ ଆସି ପରିସ୍ଥିତିକୁ ଦେଖି ସେବାୟମାନଙ୍କ ସହ ଆଲୋଚନା କରିଛନ୍ତି। ମନ୍ଦିର ଚତୁଃପାର୍ଶର ପାରିପାର୍ଶ୍ବକ ସ୍ଥିତିକୁ ପରକ୍ଷିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କକୁର ସହାୟତାରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇଛି।
ମନ୍ଦିର ପରି ପରିସରରେ ସୁରକ୍ଷା ବ୍ୟବସ୍ଥା ନ ଥୂବା ବେଳେ ସଠିକ ଭାବରେ ଆଲୋକି କରଣର ବ୍ୟବସ୍ଥା ନାହିଁ। ସିସିଟିଭି ଥାଇ ମଧ୍ୟ କାମ କରୁନି। ଫଳରେ ଏହାର ସୁଯୋଗ ନେଇ ଚୋର ମାନେ ଏଭଳି କାଣ୍ଡ ଘଟାଇଛନ୍ତି।ଏହା ଏକ ନିନ୍ଦନୀୟ ଘଟଣା ଆଉ ଏଥିଲାଗି ଲୋକମାନେ ମନ୍ଦିରର ଅବ୍ୟବସ୍ଥା ପାଇଁ ପ୍ରଶାସନକୁ ହିଁ ଦାୟୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ