ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମା ଶେଷ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥର ପରିକ୍ରମା ଶେଷ ହୋଇଯାଇଛି. ପାରଳାଖେମୁଣ୍ଡି ପୌର ପରିଷଦର 2,3,4,9,10,11ଆଦି 6 ଗୋଟି ୱାର୍ଡରେ ଅର୍ପଣ ରଥ ପରିକ୍ରମା କରିଛି. ଶଙ୍ଖ ହୁଳହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ପାରଳା ସହରରେ ଏକ ପବିତ୍ର ଓ ଭକ୍ତିମୟ ପରିବେଶ ମଧ୍ୟରେ ରଥ ପରିକ୍ରମା ଶେଷ ହୋଇଯାଇଛି. ପାରଳାଖେମୁଣ୍ଡି ପୌର ପରିଷଦର ଅଧକ୍ଷା ନିର୍ମଳା ସେଠୀ, ବରିଷ୍ଠ ବିଜେଡି ନେତା ତଥା ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ଏକ ବିରାଟ ଶୋଭାଯାତ୍ରାରେ ଏହି ରଥ 6 ଗୋଟି ୱାର୍ଡରେ ପରିକ୍ରମା କରିଥିଲା. ପ୍ରତେକ ସାହିରେ ପୂର୍ଣ୍ଣ କୁମ୍ଭ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇ ରଥକୁ ସ୍ୱାଗତ କରାଯିବା ସହ ଗୁଆ ଓ ଚାଉଳ ପ୍ରଦାନ କରାଯାଇଥିଲା.