ଶତୃଘ୍ନଙ୍କୁ ସରକାରୀ ସହାୟତା କେବେ?

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ବୋଡକ ପାଟଣା ଗ୍ରାମର ଶତୃଘ୍ନ ବାରିକ(୫୨) ସରକାରୀ ସହାୟତାରୁ ବଞ୍ôଚତ ହୋଇଥିବା ଜଣାଯାଇଛି । ଆଜକୁ ୧୫ ବର୍ଷ ତଳେ ସେ ପାରାଲିସିସ୍ ରୋଗରେ ପିଡିତ ହୋଇଥିଲେ । ଔଷଧ ସେବନ ପରେ କିଛି ମାତ୍ରାରେ ଭଲ ହୋଇଥିଲେ ମଧ୍ୟ ଠିକ୍ ଭାବରେ ଚାଲି ପାରୁନାହାନ୍ତି । ପରିବାର ପ୍ରତିପୋଷଣ ପାଇଁ ପାଟଣା ଛକରେ ତାଙ୍କ ପତ୍ନୀ ଏକ ଚା’ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି । ସେ ଭତ୍ତା ପାଇଁ ଅନ୍‌ଲାଇନରେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଏଯାଏ ଭତ୍ତା ମିଳିନଥିବା ଜଣାଯାଇଛି । ଜିଲା ତଥା ବ୍ଲକ ପ୍ରଶାସନ ତାଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ