ଶତୃଶୋଲ ବାତ୍ୟାଆଶ୍ରୟ ସ୍ଥଳୀ ପ୍ରଥମପୁରସ୍କାର
ଗଂଜାମ୍, (ବିନୋଦ ପଲାଇ):ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ଠାରେ ରାଜ୍ୟ ସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଅବସରରେ ଗଂଜାମ ବ୍ଳକର।ଶତୃଶୋଲ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟିକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ଗଂଜାମ ବ୍ଲକର ପୁର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ, ତତ୍ତ୍ୱାବଧାନରେ ଶତ୍ରୁସୋଲ ଗ୍ରାମ୍ୟ କମିଟି ସଭାପତି ଉପେନ୍ଦ୍ର ପଲେଇ, ୱାଡ଼ ସଭ୍ୟ ପଲେଇ, ସରପଞ୍ଚ ପ୍ରତିନିଧି ସୁବାଷ କୁମାର ବେହେରା, ପ୍ରମୁଖ ଉପସ୍ଥିତ ରହି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ସତ୍ୟବ୍ରତ ସାହୁ ପ୍ରମୁଖ ଠାରୁ ସିଲ, ମାନପତ୍ର ଓ ଦଶ ହଜାର ଟଙ୍କାର ଚେକ ଗ୍ରହଣ କରିଥିଲେ। ୧୯୯୯ ମସିହା ମହାବାତ୍ୟା ପରଠାରୁ ଏହି ଅକ୍ଟୋବର ୨୯ ତାରିଖରେ ଏହି ଦିବସ ପାଳନ କରାଯାଉଛି। ଗଂଜାମ ବ୍ଲକର ଶତୃସୋଲ ବାତ୍ୟା ଆଶ୍ରୟ ସ୍ଥଳି ବାତ୍ୟା ଓ ବନ୍ୟା ସମୟରେ ବାତ୍ୟା ଆଶ୍ରୟସ୍ଥଳୀର ପରିଚାଳନା ଏବଂ ସରକାରଙ୍କ ଗାଇଡଲାଇନ୍ ଓ ନିର୍ଦ୍ଦେଶନାମାକୁ ସଫଳତା ର ସହ ରୂପାୟନ ପାଇଁ ରାଜ୍ୟରେ ଉକ୍ତ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରଥମ ହୋଇଛି । ଏପରିକି ପୂର୍ବରୁ ମଧ୍ୟ ଏହି ଆଶ୍ରୟସ୍ଥଳୀ ସଠିକ ପରିଚାଳନା ପାଇଁ ପୁରସ୍କୃତ ହୋଇଥିବା ନଜିର ରହିଛି । ଏହା ସହ ଏହି ବାତ୍ୟା ଆଶ୍ରୟ ସ୍ଥଳୀକୁ ଲେଫ୍ଟନ ଜେନେରାଲ, ଅନ୍ତଜ୍ୟାତୀୟ ଗଣମାଧ୍ୟମ ପ୍ରତିନିଧିମାନେ, ବିଭିନ୍ନ ରାଜ୍ୟର ଆଇଏଏସ୍ , ପରିଦର୍ଶନ କରିଥିବା ବେଳେ, ଏହି ଆଶ୍ରୟ ସ୍ଥଳୀ ଉପରେ ଏକ ପ୍ରାମାଣିକ ଫିଲ୍ମ ନିର୍ମାଣ ହୋଇ ଅନ୍ତର୍ଜାତୀୟ ସ୍ତରର ପ୍ରଶଂସିତ ହୋଇଛି। ଏହି ପୁରସ୍କାର ପାଇବା ପରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଶୁଭେଚ୍ଛା ଜଣାଇଥିବା ବେଳେ , ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।