ଶନିଶ୍ଚର ମହାଗ୍ରହଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଶ୍ୱଶାନ୍ତି ମହାଯଜ୍ଞ ସମାପନ
ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ମାନତୀରା ଗ୍ରାମର ତଳସାହିରେ ଦୀର୍ଘଦିନ ହେଲା ଗ୍ରହରାଜ ଶନିଶ୍ଚରଙ୍କର ପୂଜାତ୍ସୋବ ପ୍ରତିବର୍ଷ ପାଳିତ ହୋଇଆସୁଅଛି । ବୈଶାଖ ମାସ କୃଷ୍ଣପକ୍ଷ ତିଥିରୁ ବ୍ରତଧାରୀମାନେ ପଞ୍ଚମ ସପ୍ତାହ ଧରି ଉପବାସ ମେଳା କରିଥାନ୍ତି । ତା ୧୧ା୫ା୧୯ରିଖ ଦିନ ଶେଷ ମେଳା ସହ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ ପରେ ଗ୍ରହରାଜଙ୍କୁ ନବନିର୍ମିତ ମନ୍ଦିରରେ ଅବସ୍ଥାପିତ କରାଯାଇଥିଲା । ମାନତୀରା ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ତଥା ଅଞ୍ଚଳର ବହୁ ବଦାନ୍ୟବ୍ୟକ୍ତିଙ୍କ ସହଯୋଗ ଫଳରେ ଗ୍ରହରାଜଙ୍କର ଏକ ସ୍ଥାୟୀ ମନ୍ଦିର ନିର୍ମାଣ ହେବା ଦ୍ୱାରା ଅଞ୍ଚଳବାସୀଙ୍କର ବହୁଦିନର ସ୍ୱପ୍ନ ସାକାର ହୋଇଅଛି । ଏହି ଉପଲକ୍ଷେ ଏକ ବିଶ୍ୱ ଶାନ୍ତି ମହାଯଜ୍ଞ ଆୟୋଜିତ ହୋଇ ୧୦୮ କଳସ ଶୋଭାଯାତ୍ରା ସହ ଯଜ୍ଞର ପୂର୍ଣ୍ଣାହୁତି ଏବଂ ପ୍ରସାଦ ସେବନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶନିଶ୍ଚର ନାଟ୍ୟ କଳା ପରିଷଦର ଯୁବଗୋଷ୍ଠୀ ଏବଂ ପିଲାମାନଙ୍କର ସହଯୋଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତା୧୨ା୫ା୧୯ରିଖ ସନ୍ଧ୍ୟାରେ ଆୟୋଜିତ ହୋଇଥିଲା ଯାହାକି ଅଞ୍ଚଳବାସୀଙ୍କୁ ଖୁବ୍ ଆମୋଦ ଦାୟକ ହୋଇଥିଲା । ଗ୍ରାମବାସୀଙ୍କର ଧର୍ମାନୁଷ୍ଠାନ ପ୍ରତି ଏଭଳି ସକ୍ରିୟ ସହଯୋଗ ବାସ୍ତବିକ ଖୁବ୍ ପ୍ରଶଂସନୀୟ ।