ଶପଥ ନେଲେ ଜଗନ୍ଙ୍କ କ୍ୟାବିନେଟ୍ର ୨୫ ବିଧାୟକ ଆନ୍ଧ୍ରରେ ପ୍ରଥମ ଦଳିତ ମହିଳା ଗୃହମନ୍ତ୍ରୀ

ଅମରାବତୀ (ଏଜେନ୍ସି): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେ‡ି ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା ବେଳେ ତାଙ୍କ କ୍ୟାବିନେଟର ୨୫ଜଣ ବିଧାୟକ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟ ବିଧାନସଭାରେ ଏକ ସାଧାରଣ ଉତ୍ସବରେ ରାଜ୍ୟପାଳ ଇଏସ୍ଏଲ୍ ନରସିମ୍ହା ଏମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେ‡ି ମଧ୍ୟ ଉପସ୍ଥିତ ଥିଲେ । ତେବେ ଆନ୍ଧ୍ରପ୍ରଦେଶରେ ନୂଆ କରି ସରକାର ଗଢିଥିବା ଓାଇଏସ୍ଆର ଜଗନ୍ମୋହନ ରେଡ୍ଡିଙ୍କ ଦଳ ୱାଇଏସ୍ଆର୍ କଂଗ୍ରେସକୁ ନେଇ କେବଳ ରାଜ୍ୟରେ ନୁହେଁ ବରଂ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦିନକ ପୂର୍ବେ ଜଗନ୍ ନିଜର ୫ମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିବା ବେଳେ ଶନିବାର ମେକାଥୋତି ସୁଚରିତା ନାମ୍ନୀ ଜଣେ ଦଳିତ ମହିଳାଙ୍କୁ ନିଜ କ୍ୟାବିନେଟ୍ରେ ଗୃହମନ୍ତ୍ରୀ ଭାବେ ନିଯୁକ୍ତି ଦେବା ଆହୁରି ବିସ୍ମୟ ସୃଷ୍ଟି କରିଛି ।
ସୁଚରିତା ଗୁଣ୍ଟୁର ଜିଲ୍ଲାର ପ୍ରତିପାଦୁ ଆସନରୁ ନିର୍ବାଚିତ ହୋଇଛନ୍ତି । ଏହି ଆସନ ଦଳିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏଥିସହ ୨ଠ୧୪ରେ ଆନ୍ଧ୍ରପ୍ରଦେଶରୁ ତେଲେଙ୍ଗାନା ବିଭାଜିତ ହୋଇ ସ୍ୱତନ୍ତ୍ର ପ୍ରଦେଶ ଭାବେ ମାନ୍ୟତା ପାଇବା ପରେ ସୁଚରିତା ରାଜ୍ୟର ପ୍ରଥମ ମହିଳା ଗୃହମନ୍ତ୍ରୀ ହେବାର ସୌଭାଗ୍ୟ ମଧ୍ୟ ଲାଭ କରିଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଜଗନ୍ଙ୍କ ଦୁଇ ଦୁଇଟି ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଚକିତ କରିଛି । ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ସହ ଅନୁଷ୍ଠିତ ହୋଇଥିବା ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଜଗନ୍ଙ୍କ ଦଳ ବହୁମତ ହାସଲ କରିଥିଲା । ଜଗନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବା ସହ ନିଜ ମନ୍ତ୍ରିମଣ୍ଡଳରେ ୨୫ଜଣଙ୍କୁ ନେଇଛନ୍ତି । ଏହି ୨୫ଜଣଙ୍କ ମଧ୍ୟରେ ସୁଚରିତା ଜଗନ୍ଙ୍କ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିଲେ । ଏବେ ତାଙ୍କୁ ଗୃହମନ୍ତ୍ରୀ ଭାବେ ଜଗନ୍ ଅବସ୍ଥାପିତ କରିବା ପରେ ରାଜ୍ୟର ଦଳିତ ବର୍ଗଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ