ଶବ ସତ୍କାର ପାଇଁ ଯାଉଥିବା ବେଳେ ସୁରକ୍ଷା କର୍ମୀଙ୍କ ମାଡ ଅଭିଯୋଗ

ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ଦେଓଝର ଗ୍ରାମପନଚାୟତର ମୁର୍ଗାବେଡା ଠାରେ ସ୍ଥାନୀୟ କିଛି ଲୋକ ଶବଦାହ ପାଇଁ ଯାଉଥିବା ବେଳେ ଟ୍ରାଫିକ ଜାମକୁ ଶୃଙ୍ଖଳିତ କରିବା ବେଳେ କମ୍ପାନୀ ସୁରକ୍ଷା କର୍ମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଉକ୍ତ ଗ୍ରାମର ରାଜକୁମାର ନାଏକ ଯୋଡା ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ, ବୁଧବାର ଅପରାହ୍ନ ସମୟରେ ତାଙ୍କ ମାମୁଁ ବାସିଙ୍ଗା ମୁଣ୍ଡାଙ୍କର ମୃତ ଦେହ ନେଇ ଶବ ସତ୍କାର ପାଇଁ ଯାଉଥିବା ବେଳେ ଟାଟାଷ୍ଟିଲର କାଟାମାଟି ଲୌହ ଖଣିକୁ ଶତାଧିକ ଭାରିଯାନ ପରିବହନ ପାଇଁ ଆସି ଟ୍ରାଫିକ ଜାମ୍ ସମସ୍ୟା କରିଥିଲେ । ଏହି ଟ୍ରାଫିକ ଜାମ୍ କୁ ସେ ଓ ତାଙ୍କ ସହିତ ଥିବା ସମ୍ପର୍କୀୟମାନେ ଶୃଙ୍ଖଳିତ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା କମ୍ପାନୀର ଘରୋଇ ସୁରକ୍ଷା କର୍ମୀମାନେ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଦମକ ଦେଇଥିଲେ । ଜଣେ ସୁରକ୍ଷା କର୍ମୀ ଲାଠି ସାହାଯ୍ୟରେ ତାଙ୍କ ମୁଣ୍ଡକୁ ପ୍ରହାର କରିବାରୁ ସେ ଗୁରୁତର ହୋଇଥିଲେ । ତାଙ୍କୁ ପରିବାର ଲୋକେ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ଗୁରୁବାର ଆକ୍ରମଣ କରିଥିବା କମ୍ପାନୀର ଘରୋଇ ସୁରକ୍ଷା କର୍ମୀଙ୍କ ନାମରେ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଘରୋଇ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଏକ ପାଲଟା ଅଭିଯୋଗ ଥାନାରେ କରାଯାଇଛି । ଏନେଇ ବିଲେଇପଦା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳ କହିଛନ୍ତି ଯେ, ଉଭୟ ପକ୍ଷର ଅଭିଯୋଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ