ଶରୀର ଦାନ ପାଇଁ ସରକାରୀ ଉଦାସୀନତାକୁ ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ

ବ୍ରହ୍ମପୁର, (ଅନିଲ କୁମାର):ସ୍ୱାସ୍ଥ୍ୟ ଚିକିତ୍ସାରେ ଅଧିକରୁ ଅଧିକ ଉନ୍ନତି ପାଇଁ ମେଡିକାଲ ଶିକ୍ଷାରେ ଶରୀର ସମ୍ବନ୍ଧୀୟ ଗବେଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ l ସେଥିପାଇଁ ମଣିଷର ମୃତ ଶରୀର ହିଁ ଏକମାତ୍ର ସାଧନ l ଏଥିପାଇଁ ବିଭିନ୍ନ ମାନବବାଦୀ ବିଜ୍ଞାନବାଦୀ ଗଣସଂଗଠନ ମାନେ ମୃତ୍ୟୁ ପରେ ଶରୀର ଦାନ ଅଭିଯାନକୁ ଲଗାତାର ଭାବେ ପ୍ରୋଛାହିତ କରିଆସୁଛନ୍ତି l କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବୈଜ୍ଞାନିକ ସଂସ୍କାରମୂଳକ ଅଭିଯାନ ପାଇଁ କୌଣସି ପ୍ରଚାର ପ୍ରସାରର ଉଦ୍ୟମ ନିଆଯାଉନାହିଁ l ଶରୀର ଦାନରେ ରାଜ୍ୟ ସରକାରଙ୍କ ଉଦାସୀନତା ଓ ଦାୟିତ୍ୱହୀନତା ବିରୁଦ୍ଧରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଏମକେସିଜି ମେଡିକାଲ କଲେଜ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ଥାଉକି,ମୃତ୍ୟୁ ପରେ ଶରୀରକୁ ଦାହ କରି ନିମିଷକରେ ପାଉଁଶ କରିଦେବାପାଇଁ ରାଜ୍ୟ ସରକାର ଅନ୍ତ୍ୟେଷ୍ଟିକ୍ରିୟା ଯୋଜନା କାର୍ଯ୍ୟକାରୀ କରିଛନ୍ତି, କିନ୍ତୁ ପରମ୍ପରା ନାଁ ରେ ଚିରାଚରିତ ଅଭ୍ୟାସ ବଦଳରେ ଶରୀରକୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମେଡିକାଲ ଛାତ୍ର ଛାତ୍ରୀଙ୍କ ଶିକ୍ଷା ଓ ଶରୀର ସମ୍ବନ୍ଧୀୟ ଉଚ୍ଚତର ଗବେଷଣା ପାଇଁ କୌଣସି ଆଗ୍ରହ ଦେଖାଉନାହାଁନ୍ତି l ପ୍ରକାଶ ଯୋଗ୍ୟଯେ, ଓଡିଶା ଆନାଟୋମୀ ଵିଲ ୨୦୧୨ ମସିହାରେ ବିଧାନସଭାରେ ପାରିତ ହୋଇଥିବା ସତ୍ୱେ ରାଜ୍ୟ ସରକାରଙ୍କ ପକ୍ଷରୁ ଶରୀର ଦାନ ଅଭିଯାନକୁ ଆଗକୁ ନେବା ପାଇଁ ଆଗ୍ରହ ଦେଖାଉନାହାନ୍ତି l ଏଣୁ ଶରୀର ଦାନ, ଅଙ୍ଗଦାନ ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି ପାଇଁ ମେଡିକାଲ କଲେଜ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ, କାର୍ଯ୍ୟକ୍ରମ ନିୟମିତ ଭାବେ କରାଯିବା, ଶରୀର ଦାନ ପାଇଁ ମେଡିକାଲ କଲେଜରେ ମୃତ ଦେହକୁ ପହଂଚାଇବା ପାଇଁ ବିନା ମୂଲ୍ୟରେ ଗାଡିର ବ୍ୟବସ୍ଥା କରାଯିବା, ଏମକେସିଜି ମେଡିକାଲର ଉପର ମହଲା ଆନାଟୋମି ବିଭାଗକୁ ଯିବାପାଇଁ ମୃତ ଦେହ ବୋହିବା ଷ୍ଟ୍ରେଚର ଓ ସହଯୋଗୀ ମାନେ ଯିବାପାଇଁ ଲିଫ୍ଟ ବ୍ୟବସ୍ଥା କରିବା , ଶରୀର ଦାନ କରିଥିବା ବ୍ୟକ୍ତି ବିଶେଷଙ୍କ ସମ୍ମାନlର୍ଥେ ମେଡିକାଲ କଲେଜ ପ୍ରବେଶ ଦ୍ୱାରରେ ସେମାନଙ୍କ ପରିଚୟ ସହ ଫୋଟଚିତ୍ର ରଖିବା ଆଦି ୪ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ମେଡିକାଲ ଡିନ ଡା. ସନ୍ତୋଷ କୁମାର ମିଶ୍ରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ସୂଚନା ଯୋଗ୍ୟଯେ,କିଛି ମାନବବାଦୀ ପ୍ରଗତିଶୀଳ ବିଜ୍ଞାନୀ ଅନୁଷ୍ଠାନ ମାନଙ୍କ ଉଦ୍ୟମରୁ ବର୍ତମାନ ପର୍ଯ୍ୟନ୍ତ ୨୧ଗୋଟି ମୃତ ଶରୀର ଏମକେସିଜି ମେଡିକାଲ କଲେଜକୁ ଦାନ ହୋଇଛି l ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା ଙ୍କ ନେତୃତ୍ୱରେ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର,ସମାଜସେବୀ ମନୋଜ କୁମାର ତରାଇ,ବରିଷ୍ଠ ସାମ୍ବାଦିକ ରବିରଥ, ମାନବବାଦୀ ହେତୁବାଦୀ ସଂଗଠନର କେ.ନନ୍ଦେସୁ ସେନାପତି,ମାଗୁଣି ନାହାକ,ଶିବ ସୁନ୍ଦର ରଥ, କବିରାଜ ସାହୁ,ପ୍ରଶାନ୍ତ କୁମାର ପଣ୍ଡା, କେ. ଶ୍ରୀନିବାସ ରାଓ, ରାମଚନ୍ଦ୍ର ସାହାଣୀ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ବିଜୟ ଚନ୍ଦ୍ର ବିଶୋଇ,ବିରେନ କୁମାର ବେହେରା,ରାଜେନ୍ଦ୍ର ପ୍ରସାଦ ମହାରଣା,ଶ୍ରୀରାମ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ l ମେଡିକାଲ କଲେଜ ଡିନ ତଥା ଅଧ୍ୟକ୍ଷ ଡା. ସନ୍ତୋଷ କୁମାର ମିଶ୍ରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ଦାବିପତ୍ର ପ୍ରଦାନ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ