ଶଶୁର ଗାଁରେ ଘର ଜ୍ୱାଇଁଙ୍କ ଦବଙ୍ଗଗିରି…
କେସିଙ୍ଗା, (ମାଧବସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଠେମରା ଗ୍ରାମର ଜଣେ ଯୁବକ ମହଗାଁ ଗ୍ରାମରେ ଘର ଜ୍ୱାଇଁ ପୁଅ ଭାବରେ ରହି ସେଠାରେ ଲୋକ ମାନଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି | ମହଗାଁ ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କେଶରୀ ଶବର ଙ୍କ ପୁଅ ଦେଓଗାଁ ପଞ୍ଚାୟତ ଆଦିବାସୀ ସଙ୍ଘର ସଭାପତି ରମେଶ ଚନ୍ଦ୍ର ଶବର ଙ୍କୁ ମାଡ଼ ମାରିଥିବା ଘଟଣାରେ କେସିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି |ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତ ଠେମରା ଗ୍ରାମର ପାର୍ଥ ଗଉଡ଼ ଦେଓଗାଁ ପଞ୍ଚାୟତ ମହଗାଁ ଗ୍ରାମର ଜଣେ ଝିଅଙ୍କୁ ବାହା ହୋଇ ସେଠାରେ ଘର ଜ୍ୱାଇଁ ହୋଇ ରହୁଛନ୍ତି | ତାଙ୍କର ଦୁଇଟି ସନ୍ତାନ ମଧ୍ୟ୍ୟ ଅଛି | ମହଗାଁ ଗ୍ରାମରେ ସେ ଘର ଜ୍ୱାଇଁ ଭାବରେ ରହି ପ୍ରତିଦିନ ପ୍ରବଳ ମଦ୍ୟପାନ କରି ଲୋକ ମାନଙ୍କୁ ଅସଭ୍ୟ ଭଷାରେ ଗାଳି ଗୁଲଜ କରି ଗାଁ ଲୋକଙ୍କ ସାଙ୍ଗରେ ବାରମ୍ବାର ଗଣ୍ଡଗୋଳ କରି ସେମାନଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି | ଗତ ସୋମବାର ଦିନ ଜଣେ ଆଦିବାସୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପୁଅ ରମେଶ ଚନ୍ଦ୍ର ଶବର ଙ୍କୁ ଅସ୍ତ୍ର ଦେଖାଇ ଜୀବନରେ ମାରିଦେବି କହି ମାଡ଼ ମାରିଥିବାରୁ ତାଙ୍କ ନାମରେ ଏକ ଲିଖିତ ଅଭିଯୋଗ କେସିଙ୍ଗା ଥାନାରେ ହୋଇଛି | ଏହା ପୂର୍ବରୁ ମଧ୍ୟ୍ୟ ସେ ବାରମ୍ବାର ଗାଁରେ ରହି ଲୋକ ମାନଙ୍କୁ ଭୟବିତ୍ତ କରି ମାଡ଼ ମାରୁଥିବାରୁ ତାଙ୍କୁ ଗାଁ ଲୋକେ ଅନେକ ଥର ବୁଝା ସୁଝା କରିଥିଲେ | ବାରମ୍ବାର କହିବା ସତ୍ୱେ ମଧ୍ୟ୍ୟ ସେ ଗାଁ ଲୋକଙ୍କ କଥା ମାନି ନଥିବାରୁ ଗାଁ ଲୋକେ ଏକ ମିଟିଙ୍ଗ କରି ତାଙ୍କୁ ଗାଁ ଠାରୁ ବାସନ୍ଦ କରିଥିଲେ | ଗାଁ ବାହାରେ ସେ ୨ ରୁ ୩ ବର୍ଷ ରହି ଏବେ ସେ ଆଉଥରେ ଗାଁ କୁ ଧୀରେ ଧୀରେ ପ୍ରବେଶ କରି ଗାଁରେ ଆଉଥରେ ଆଡା ଜମାଇ ତାଙ୍କ ଗୁଣ୍ଡା ରାଜ ଜାରି ରଖିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି | ପ୍ରକାଶ ଥାଉକି ଗତ ୭ ବର୍ଷ ତଳେ ଉତ୍କେଲା ପଞ୍ଚାୟତ ଠେମରା ଗ୍ରାମର ଜଣେ ଆଦିବାସୀ ଗୌତୁମ ମାଝୀ ଙ୍କୁ ଜୀବନରେ ମାରିଦେଇ ସେ ଜେଲରେ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଭୋଗୀ ବର୍ତ୍ତମାନ ବେଲ ରେ ଅଛନ୍ତି | ତାଙ୍କ ନାମରେ ମୃତ୍ୟୁ ମାମଲାରେ ବାରମ୍ବାର କୋର୍ଟ ରୁ ୱାରେଣ୍ଟ ନୋଟିସ ଜାରି ହେଉଛି କିନ୍ତୁ ସେ ପୋଲିସକୁ ଚକମା ଦେଇ ଧରାଛୁଆଁ ଦେଉନଥିବା ଜଣାପଡିଛି | ଆଦିବାସୀ ମାନଙ୍କୁ ମାଡ଼ ମାରିବା ଘଟଣାରେ କେସିଙ୍ଗା ଆଦିବାସୀ ସଙ୍ଘ ସଭାପତି ମୋହନ ଶବର ଦୃଢ ନିନ୍ଦା କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି | ଏହି ବିଷୟରେ କେସିଙ୍ଗା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ରଙ୍କୁ ପଚାରିବାରୁ ତାଙ୍କ ନାମରେ କେଶ ରୁଜୁ ହୋଇଛି ଏବଂ ତାଙ୍କୁ କାବୁ କରି ଥାନାରେ ରଖାଯାଇ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଛନ୍ତି