ଶହୀଦ ନୁଦୁରାମଙ୍କ ଶୁଦ୍ଧି କ୍ରିୟାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାଂଜଳି
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଜୁନ ୧୬ ତାରିଖ ଲାଦାଖ ଉପତ୍ୟକାରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରର ବଡଚମ୍ପାଉଦା ଗ୍ରାମର ନୁଦୁରାମ ସୋରେନ୍ ଙ୍କ ଚାଇନା ସୈନିକଙ୍କ ସହ ଯୁଦ୍ଧରେ ଶହୀଦ ହୋଇଥିଲେ । ଆଦିବାସୀଙ୍କ ରୀତିନୀତି ଅନୁସାରେ ଜୁଲାଇ ୪ ତାରିଖ( ଶନିବାର) ଶୁଦ୍ଧି କ୍ରିୟା ଓ ୫ତାରିଖ ( ରବିବାର )ଦିନ ଜ୍ଞାତି ପରିଜନ ପଂକ୍ତି ଭୋଜନ କାର୍ଯ୍ୟକ୍ରମ । ଶନିବାର ଦିନ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶହୀଦଙ୍କ ଗାଁ ରେ ପହଞ୍ଚି ଶହୀଦଙ୍କ ସମାଧୀ ପୀଠ ସ୍ଥଳରେ ପହଞ୍ଚି ଶ୍ରଦ୍ଧା ସୁମନ ଜଣାଇଥିଲେ ।ପରେ ଶହୀଦଙ୍କ ବାସଭବନରେ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା, ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ବିଜାତଳା ବ୍ଲକ ଅଧ୍ୟକ୍ଷ ନିମାଇଁ ମୁର୍ମୁ, କରଂଜିଆ ବ୍ଲକ ଅଧ୍ୟକ୍ଷ ହରିଶ ନାଏକ,ବିଜାତଳା ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ରଘୁନାଥ ହେମ୍ବ୍ରମ, ପୂଣ୍ୟ ଉତ୍କଳ ସଂଗଠନ ସଦସ୍ୟ ବୃନ୍ଦ, ବିଜେଡି ଯୁବ ନେତା ଗଣେଶ ମିଶ୍ର,ତୁସିଲ ହେମ୍ବ୍ରମ, ଦୀପକ ମିଶ୍ର,ମୁନା ଖାଁ,ରଜନୀ ବିନ୍ଧାଣି, ଦୁର୍ଗା ଚରଣ ମାଝୀ, ମନୋରଂଜନ ହାଁସଦା, ବିଶ୍ବନାଥ ସୋରେନ ଏବଂ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।ପୁଣ୍ୟ ଶ୍ଳୋକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶୁଦ୍ଧିକ୍ରିୟା ରେ ଶୌଚଙ୍କ ପାଇଁ ନବବସ୍ତ୍ର ପ୍ରଦାନ କରାଯାଇଥିଲା ।


