ଶହୀଦ ଭଗତ ସିଂ ଙ୍କ ୧୧୭ତମ ଜୟନ୍ତୀ ପାଳନ

ବ୍ରହ୍ମପୁର,(ଅନିଲ କୁମାର): ସାଲିସ ବିହୀନ ସଂଗ୍ରାମର ଅନ୍ୟତମ ଯୋଦ୍ଧା ତଥା ଶହୀଦ ଏ ଆଜମ ଭଗତ ସିଂଙ୍କ ଆଜି ୧୧୭ତମ ଜୟନ୍ତୀରେ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ ଠାରେ ଏକ ସ୍ମରଣ ସଭା ଅନୁଷ୍ଠିତ ହୋଇଯାଇଛି l ସମିତି ସମ୍ପାଦକ ଏସ. ଶାମ୍ବାଶିବା ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭା ଆରମ୍ଭରେ ଭଗତ ସିଂଙ୍କ ସମ୍ପର୍କିତ ପୁସ୍ତକ ପାଠ ସହ ସାମ୍ପ୍ରତିକ ପରିସ୍ଥିତିରେ ଦେଖାଦେଉଥିବା ସାମ୍ପ୍ରଦାୟିକ ଓ ଜାତିଆଣ ଦଙ୍ଗା, ଦରଦାମ ବୃଦ୍ଧି, ବେରୋଜଗାରୀ, ପ୍ରକୃତି ପରିବେଶର ଲୁଟ ଆଦିକୁ ନେଇ ଦେଖାଯାଉଥିବା ସମସ୍ୟା ଗୁଡିକର ସମୀକ୍ଷା ହୋଇଥିଲା l ୧୯୦୭ମସିହା ସେପ୍ଟେମ୍ବର ୨୮ତାରିଖରେ ଲୟାଲ ପୁର ଜିଲ୍ଲାର ଗଙ୍ଗା ଗାଁ ରେ ଭଗତ ସିଂ ଜନ୍ମ ଗ୍ରହଣ କରିଥିଲେ l ଜନ୍ମ ବେଳକୁ ବାପା କିଶନ ସିଂ ଓ କକା ଅଜିତ ସିଂ ବ୍ରିଟିଶ ବିରୋଧରେ ଲଢେଇ କରି ଜେଲରେ ଥିଲେ l ଏଣୁ ପିଲାଟି ବେଳୁ ହିଁ ଭଗତ ସିଂ ଙ୍କ ଉପରେ ଦେଶ ପ୍ରେମର ଛାପ ପଡିଥିଲା l ଛାତ୍ର ସମୟରେ ଭଗତ ସିଂ ନବ ଯୱାନ ଭାରତ ସଭା ଓ ଲାହୋର ଛାତ୍ର ୟୁନିଅନ ନାମକ ସଂଗଠନ ଗଢ଼ିଥିଲେ l ଭାରତରେ ସାଇମନ କମିଶନକୁ ବିରୋଧ କରିବାରେ ଲାଲା ଲଜପତ ରାୟଙ୍କ ସହ ଭଗତ ସିଂ ଓ ଅନ୍ୟ ସାଥି ମାନେ ନେତୃତ୍ୱ ନେଉଥିଲେ l ଭାରତୀୟ ମାନଙ୍କୁ କଠୋର ଭାବେ ଦମନ କରିବା ପାଇଁ ବ୍ରିଟିଶ ସରକାର ଦୁଇଟି କୁଖ୍ୟାତ ଭାରତୀୟ ବିରୋଧୀ ଵିଲ୍ ଯଥା ପବ୍ଲିକ ସେଫଟୀ ଵିଲ ଓ ଟ୍ରେଡ଼ ଡ଼ିସପିଉଟ ଵିଲ କେନ୍ଦ୍ର ଆସେମ୍ଳୀ ରେ ଆଗତ କରିବା ବେଳେ ଭଗତ ସିଂ ଓ ବଟୁକେଶ୍ୱର ଦତ୍ତ ହଲରେ ଏକ ବୋମା ନିକ୍ଷେପ କରି ବଧିର ବ୍ରିଟିଶ ସରକାରକୁ ଭାରତୀୟଙ୍କ ପ୍ରତିବାଦ ଶୁଣାଇ ଥିଲେ l ଏହି କେସରେ ଉଭୟ ଭଗତ ସିଂ ଓ ବଟୁକେଶ୍ୱର ଦତ୍ତଙ୍କୁ ଜେଲ ଦଣ୍ଡ ହୋଇଥିଲା l ଅତ୍ୟନ୍ତ ନିର୍ଭୀକ ଓ ସତ୍ୟତାର ସହ ଏହି ଭାରତୀୟ ବିରୋଧୀ ବିଲକୁ ସେମାନେ ଦୃଢ ବିରୋଧ କରିଥିଲେ l ଆଜି ମଧ୍ୟ ଦେଶରେ କୃଷକଙ୍କ ବିରୁଦ୍ଧରେ ନୂଆ କୃଷି ଆଇନ, ଶ୍ରମିକଙ୍କ ବିରୁଦ୍ଧରେ ନୂତନ ଶ୍ରମ ଆଇନ, ସରକାରୀ ସଂସ୍ଥା ଓ ଅନୁଷ୍ଠାନ ଗୁଡିକୁ ଘରୋଇ ମାଲିକାନା ହାତକୁ ବିକ୍ରି କରିଦେବା, ଆଦିବାସୀଙ୍କ ବିରୁଦ୍ଧରେ ନୂତନ ଜଙ୍ଗଲ ନୀତି, ଶିକ୍ଷା ସ୍ୱାସ୍ଥ୍ୟ ଭଳି ସେବା ମୂଳକ କ୍ଷେତ୍ରରେ ବ୍ୟବସାୟିକରଣକୁ ପ୍ରୋଛାହନ ଦେବା ଭଳି ଜନ ବିରୋଧୀ ନୀତି ଓ ଆଇନ ଗୁଡିକୁ ପ୍ରବଳ ମାତ୍ରାରେ ବିରୋଧ ହେବା ଆବଶ୍ୟକ ବୋଲି ଉପସ୍ଥିତ ବକ୍ତା ମାନେ ମତ ପ୍ରକାଶ କରି ଯୁଗେ ଯୁଗେ ଭଗତ ସିଂଙ୍କ ଚିନ୍ତା ଚେତନା ବିଚାର ଅମର ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ l ଆଜିର ଏହି ସଭାରେ ପି. ନାଗେଶ୍ୱର ରାଓ, ଆର. କ୍ରିଷ୍ଣା ରେଡ୍ଡୀ, କବିରାଜ ସେଠି, କାହ୍ନ ଚରଣ ପାତ୍ର, ଆର. ସତ୍ୟ ନାରାୟଣ ରାଓ, ଅଶୋକ ଦଳାଇ, ବିଜୟ ଚନ୍ଦ୍ର ବିଶୋଇ, ଆଦିତ୍ୟ ରଥ, ଗଗନ ଚନ୍ଦ୍ର ମଲ୍ଲିକ, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ