ଶହୀଦ ରଘୁନାଥ ମହାନ୍ତିଙ୍କ ବୀରତ୍ୱ ଓ ବଳିଦାନ ଅତୁଳନୀୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶହୀଦ ରଘୁ-ଦିବାକର ସ୍ମୃତି ସଂସଦ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମିଳିତ ଆନୁକୂଲ୍ୟରେ ଶହୀଦ ରଘୁନାଥ ମହାନ୍ତିଙ୍କ ୧୧୪ତମ ଜୟନ୍ତୀ ସ୍ଥାନୀୟ ୟୁନିଟ୍‌-୯ସ୍ଥିତ ପ୍ରତିମୂର୍ତ୍ତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଓ ବ୍ରଜବନ୍ଧୁ ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ଶହୀଦ ରଘୁନାଥ ମହାନ୍ତିଙ୍କ ଦେଶପ୍ରେମ, ତ୍ୟାଗ, ଆତ୍ମ ବଳିଦାନର ପଟ୍ଟାନ୍ତର ନାହିଁ । ଅତ୍ୟାଚାରୀ ରାଜାଙ୍କ ଶାସନ ବିରୋଧରେ ରଣପୁର ପ୍ରଜାଙ୍କୁ ସ୍ୱାଧୀନତା ଦେବାରେ ତାଙ୍କ ଭୂମିକା ଅବିସ୍ମରଣୀୟ । ଆଜିର ଯୁବପୀଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସାରସ୍ୱତ ସମାଜସେବୀ ପଦ୍ମ ଚରଣ ବେହେରା, ସାମ୍ବାଦିକ ହାଡ଼ିବନ୍ଧୁ ଲେଙ୍କାଙ୍କୁ ଶହୀଦ ରଘୁନାଥ ମହାନ୍ତି ସ୍ମୃତି ସମ୍ମାନ-୨୦୨୪ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ରମେଶ ପାତାଳସିଂ, ପ୍ରଫେସର ବାମନ ପରିଡ଼ା, ଅଭୟ ବଡ଼ଜେନା, ଲକ୍ଷ୍ମୀଧର ବେହେରା, ନାରାୟଣ ଖୁଣ୍ଟିଆ, ଆନନ୍ଦ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ