ଶାଢୀ ଦୋକାନରେ ଅଗ୍ନିକାଣ୍ଡ ଘଟି ୫ ଜୀବନ୍ତ ଦଗ୍ଧ
ମହାରାଷ୍ଟ୍ରର ପୁନେ ସହରରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଏକ ଶାଢୀ ଦୋକାନରେ ଅଗ୍ନିକାଣ୍ଡ ଘଟି ଦୋକାନର ୫ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି ଓ କିଛି କର୍ମଚାରୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ସୂଚନା ଅନୁଯାୟୀ ଭୋର ସକାଳ ୫ ଟା ଠାରେ କୈାଣସି କାରଣରୁ ଶାଢୀ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । ଦୋକାନ କୁ ଲାଗିରହିଥିବା ଅନ୍ୟ ଏକ ରୁମରେ କିଛି କର୍ମଚାରି ଶୋଇଥିଲେ । ହଠାତ ଅଗ୍ନିକାଣ୍ଡ ଘଟିଥିବାରୁ ୫ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଥିବାବେଳେ କିଛି କର୍ମଚାରୀ ଗୁରୁତର ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ୪ ଗୋଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରି୍ଛନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ସଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।