ଶାନ୍ତିକୁଣ୍ଡରେ ୮୭ ତମ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ମୋହାଉତ୍ସବ ପାଳନ ଅବସରରେ ଆଧ୍ୟାତ୍ମିକ ସ୍ନେହ ମିଳନ ଅନୁଷ୍ଠିତ

ବ୍ରହ୍ମପୁର, (ଅନିଲ କୁମାର):ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ,ଶାନ୍ତି କୁଣ୍ଡ ସେବା କେନ୍ଦ୍ରରେ ଆଜି  ପୂର୍ବାହ୍ନରେ ୮୭ ତମ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ମୋହଉଛବ ପାଳନ ଅବସରରେ ଏକ ଆଧ୍ୟାତ୍ମିକ ସ୍ନେହ ମିଳନ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଉକ୍ତ କାର୍ଯ୍ୟ କ୍ରମରେ ଜୟଦେବ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ
ଅରବିନ୍ଦ ଢାଳି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିବଧ୍ବଜା ଉତ୍ତାଳନ ପୂର୍ବକ ନିଜ ବ୍ୟକ୍ତବ୍ୟରେ କହିଥିଲେ ଯେ  ପରମପିତା ପରମଆତ୍ମା ଶିବଙ୍କ ଦ୍ୱାରା ସ୍ଥାପିତ ଉକ୍ତ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ହେଉଛି -ସାଧାରଣ ମନୁଷ୍ୟର ଦେବତା ତିଆରି କାରଖାନା ବର୍ତ୍ତମାନ ମନୁଷ୍ୟ ସମାଜ ଯେପରି କାମ,କ୍ରୋଧ,ଲୋଭ,ମୋହ,ଅହଂକାର, ବଶବର୍ତ୍ତୀ ହୋଇ ନିଜେ ବିପଥଗାମୀ ହୁଏ ତଥା ସମାଜକୁ ମଧ୍ୟ ପତନାଭିମୁଖୀ କରାଏ ସେହି ପରି ପ୍ରେକ୍ଷୀରେ  ଘର ଗୃହସ୍ଥରେ ରହି ପରମାତ୍ମା ପ୍ରଦତ୍ତ ଦିବ୍ୟ ଇଶ୍ଵରୀୟ ଜ୍ଞାନ ତଥା ସହଜ ରାଜ ଯୋଗର ନିରନ୍ତର ଅଭ୍ୟାସ  ଦ୍ୱାରା ମନୁଷ୍ୟ ଖରାପ କର୍ମରେ ବଶବର୍ତ୍ତୀ ନ ହୋଇ ନିଜେ ସଶକ୍ତ,ସୁଵିଚରଯୁକ୍ତ,ସକାରାତ୍ମକ,ତଥା ସୁସ୍ଥ  ରହିବା ପୂର୍ବକ ସମାଜକୁ ମଧ୍ୟ ସୁ ସଂଘଠିତ କରିପାରିବ ଏହି ଭବ୍ୟ କାର୍ଯ୍ୟ କ୍ରମରେ ବ୍ରହ୍ମପୁର ମହାନଗର  ସମସ୍ତ ଜନସଧାରଣ ଯୋଗ ଦେଇ ପରମପିତା ପରମାତ୍ମା ଶିବଙ୍କ ଅପୂର୍ବ କୃପା ଲାଭ ସକାଶେ ଇଶ୍ଵରୀୟ  ନିମନ୍ତ୍ରଣ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ