ଶାନ୍ତିତପୋବନରେ ମକର ଉତ୍ସବ ନେଇ ପ୍ରସ୍ତୁତି

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ଭଦ୍ରକସ୍ଥିତ ଇଚ୍ଛାପୁର ବାରିକ ଛକ ତରାଗଣ ଶାନ୍ତିତପୋବନ ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଜାନୁଆରୀ ୧୫ ତାରିଖ ବୁଧବାର ପବିତ୍ର ମକର ସଂକ୍ରାନ୍ତୀ ଉତ୍ସବ ପାଳନ ହେବ । ଏଥିରେ ବିଜ୍ଞାନସମ୍ମତ ଆଧ୍ୟାତ୍ମିକ ତାତ୍ତ୍ୱିକ ପ୍ରବଚନ ସହିତ ସ୍ୱତନ୍ତ୍ର ଶନି ପ୍ରବଚନ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ୨୪ ତାରିଖ ଠାରୁ ଶନି ଚଳନ ହେଉଥିବାରୁ ଉକ୍ତ ରାଶିର ବ୍ୟକ୍ତି ମାନଙ୍କ ପାଇଁ ବିଭିନ୍ନ ଉପଚାର କରାଯିବା ସହିତ ପରାମର୍ଶ ମାନ ଦିଆଯିବ । ବିଶ୍ୱଗୌରବ ସମ୍ମାନପ୍ରାପ୍ତ ଆଧ୍ୟାତ୍ମିକ ଜ୍ଞାନଗୁରୁ ଗଗନ ଗୁରୁଜୀ ବହୁପୁରାତନ ଗ୍ରନ୍ଥରୁ ଉଦ୍ଧୃତ ତାତ୍ତ୍ୱିକ କଥାମାନ ପ୍ରବଚନ ମାଧ୍ୟମରେ ଆଲୋଚନା କରିବେ । ଉକ୍ତ ଦିନ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିବ । ଉକ୍ତ କାର୍ଯ୍ୟକ୍ରମ ଦତ୍ତାତ୍ରେୟ ଶାନ୍ତିତପୋବନର କର୍ମକର୍ତ୍ତା ମାନଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ