ଭାରତର ଉର୍ଜା ନୀତି ରିପୋର୍ଟର ସମୀକ୍ଷା ଲଂଚ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲାଦ ଜୋଶୀ, ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର, ଆନ୍ତର୍ଜାତିକ ଉର୍ଜା ଏଜେନ୍ସୀ (ଆଇଇଏ)ର କାର୍ଯ୍ୟକାରୀ ନିର୍ଦେଶକ ଡ. ଫତେହ ବିରୋଲ ଓ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ଦିଲ୍ଲୀ ଠାରେ ମିଳିତ ଭାବେ ଭାରତର ଉର୍ଜା ନୀତି ରିପୋର୍ଟର ସମୀକ୍ଷାକୁ ଲଂଚ କରିଛନ୍ତିା ଆନ୍ତର୍ଜାତିକ ଉର୍ଜା ଏଜେନ୍ସୀ (ଆଇଇଏ) ଦ୍ୱାରା ଏହି ସମୀକ୍ଷା ପ୍ରସ୍ତୁତ କରା ଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ ଡ. ଫତେହ ବିରୋଲ ଓ ତାଙ୍କ ଟିମକୁ ଭାରତର ଉର୍ଜା କ୍ଷେତ୍ର ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ରିପୋର୍ଟରେ ପ୍ରଧାନମନ୍ତ୍ରୀ ଙ୍କ ଉର୍ଜା ଭିଜନକୁ ହାସଲ କରିବାକୁ ଗୁରୁତ୍ୱପୂର୍ଣ ପଦକ୍ଷେପକୁ ପୁଷ୍ଟି କରା ଯାଇଛି । ଉର୍ଜା ଭିଜନର ମୁଖ୍ୟ ବିଷୟ ଗୁଡିକ ହେଲା ଉର୍ଜା ପହଂଚିବା, ଉର୍ଜାର ଦୀର୍ଘ ଅବଧି ଧରି ପ୍ରୟୋଗ ଓ ଉର୍ଜା ସୁରକ୍ଷା । ଉର୍ଜା ନ୍ୟାୟ, ଉର୍ଜା ଭିଜନର କେନ୍ଦ୍ରରେ ରହିଛି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଏବେ ବିଶ୍ୱରେ ତୃତୀୟ ସବୁଠାରୁ ବଡ ଉର୍ଜା ଉପଭୋକ୍ତା ଦେଶ । ଭାରତ ନିଜର ଉର୍ଜା କ୍ଷେତ୍ରରେ ବଡ ପରିବର୍ତନ ଦେଇ ଗତି କରୁଛି । ସରକାରଙ୍କ ଉର୍ଜା ନୀତି ସ୍ପଷ୍ଟ କରୁଛି ଯେ ଭାରତ ଦାୟିତ୍ୱବୋଧର ସହିତ ଦୀର୍ଘ ଅବଧି ବ୍ୟବହାରକୁ ଆଖି ଆଗରେ ରଖି ଏହି ଉର୍ଜା ପରିବର୍ତନ ପାଇଁ ପ୍ରତିବଦ୍ଧ ଅଟେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୫ରେ ଭାରତ ସରକାର ଯେଉଁ ପଦକ୍ଷେପ ନେବା ଆରମ୍ଭ କରିଥିଲେ ବତାହା ସ୍ଥାୟୀ ଉର୍ଜା ପ୍ରତି ଭାରତର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି । ଏକ ବିକାଶଶୀଳ ଦେଶ ଭାବେ ଉର୍ଜାର ବଢୁଥିବା ଚାହିଦାକୁ ପୂରା କରିବା ଆମର ସବୁଠାରୁ ବଡ ଆହ୍ୱାନ ଅଟେ । ଦେଶରେ ପ୍ରତି ବ୍ୟକ୍ତି ଉର୍ଜାର ବ୍ୟବହାର ବୈଶ୍ୱିକ ହାର ଠାରୁ କମ ରହିଛି । ଭାରତ ଗତ କିଛି ବର୍ଷ ଧରି ଆଧୁନିକ ଉର୍ଜାକୁ ସାର୍ବଜନୀନ ଭାବେ ପହଂଚାଇବା ଦିଗରେ ଖୁବ ପ୍ରଗତି କରିଛି । ଏହି ରିପୋର୍ଟରେ ଏ କ୍ଷେତ୍ରରେ ହୋଇଥିବା ପ୍ରଗତିର ସମୀକ୍ଷା କରା ଯାଇ ତାକୁ ଉପଯୁକ୍ତ ସ୍ଥାନ ଦିଆ ଯାଇଛି । ରିପୋର୍ଟରେ ଆଗାମୀ ଦିନ ମାନଙ୍କରେ ଥିବା ମୁଖ୍ୟ ଆହ୍ୱାନ ଗୁଡିକୁ ମଧ୍ୟ ସ୍ପଷ୍ଟ କରା ଯାଇଥିବା ସେ କହିଛନ୍ତି ।


