‘ଶାନ୍ତି କାନନ’ରେ ମୌସୁମି କବିତା ଆସର‘ମେଘ ମହ୍ଲାର’

ବାଲେଶ୍ୱର, (ସରୋଜ ପଣ୍ଡା): ମହିଳାଧର୍ମୀ ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ ପରିବାର ଓ ‘ଫକୀର ମୋହନ ସାହିତ୍ୟ ପରିଷଦ’ର ମିଳିତ ଆନୁକୂଲ୍ୟରେ ‘ମେଘମହ୍ଲାର’ ଶୀର୍ଷକ କବିତା ଆସର ସହରର ମଲିକାଶପୁରସ୍ଥିତ କବିତୀର୍ଥ ‘ଶାନ୍ତିକାନନ’ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡ. ଶିରୀଶଚନ୍ଦ୍ର୍ର ଜେନା ଏଥିରେ ସଭାପତିତ୍ୱ କରିଥିଲେ । ‘ଯୁଗଶ୍ରୀ ଯୁଗନାରୀ’ର ସମ୍ପାଦିକା ମମତା ମହାପାତ୍ର ମଞ୍ଚାସୀନ ଅତିଥି ଓ ଉପସ୍ଥିତ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟକ୍ରମର ୍ରଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସରକୁ ଉଦଘାଟନ କରିବା ସହ କବିତା ରଚନା ଭଗବାନଙ୍କ ଅତୁଳନୀୟ ଦାନ ବୋଲି କହିଥିଲେ । ତେବେ ମୌସୁମି କବିତା ପାଠ ଉତ୍ସବ ଆୟୋଜନ ନିଷ୍ପତ୍ତି ବେଶ ପ୍ରଶଂସନୀୟ ବୋଲି କହିବା ସହ ସେ ଏହାର ସଫଳତା କାମନା କରିଥିଲେ । କବୀ ଦୀପ୍ତି ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ମୌସୁମି କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କବିତା ବଶ୍ୱାସ ଓ ମାଟିକୁ ଭଲ ପାଇବାର ବୀଜମନ୍ତ୍ର । ଜଗତ ଉଦ୍ଧାର ଓ କଲ୍ୟାଣ ପାଇଁ କବିତାର ସୃଷ୍ଟି । ଭୀମ ଭୋଇଙ୍କ କବିତା, ମାଲ୍ୟବନ୍ତ ପର୍ବତରେ ବର୍ଷାର ଋତୁ ବର୍ଣ୍ଣନା, ମେଘଦୂତ, ଲାବଣ୍ୟବତୀ ଓ ତୁଳସୀ ସ୍ତବକ ପ୍ରଭୃତିିଠାରୁ ଆଧନିକ ଯୁଗ ପର୍ଯ୍ୟନ୍ତ ଅନେକ କାବ୍ୟ ବର୍ଷା ଉପରେ ରଚନା କରାଯାଇଛି ବୋଲି କବୀ ଶ୍ରୀମତୀ ଦାସ କହିଥିଲେ । ଭାଷା ସାହିତ୍ୟ ଗବେଷକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବର୍ଷାକୁ ମିଳନ ଓ ପ୍ରେମର ପ୍ରତୀକ ଭାବେ ବର୍ଣ୍ଣନା କରିଥିଲେ । ଜୟଦେବ, ଭାଗବତ ଦାସ, କାଳିଦାସଙ୍କ ମେଘଦୂତ ଓ କବି ଗଡ଼ନାୟକ ସହ ରୀତି ଯୁଗୀୟ କବିଙ୍କ ଉଦାହରଣ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘ଯୁଗଶ୍ରୀ ଯୁଗନାରୀ’ପତ୍ରିକାର ଅଗଷ୍ଟ-୨୦୨୧ ସଂଖ୍ୟା ଲୋକାର୍ପିତ ହୋଇଥିଲା । ସୁଶ୍ରୀ ଗୀତାଞ୍ଜଳି ସିଂହ ପତ୍ରିକାର ଉନ୍ମୋଚିତ ସଂଖ୍ୟାର ବିଶେଷତ୍ୱ ବର୍ଣ୍ଣନା କରିଥିଲେ । ଫକୀରମୋହନ ସାହିତ୍ୟ ପରିଷଦ ସମ୍ପାଦକ ଡାକ୍ତର କୁମାର ଗୋପାଲ ଏଥିରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଡ. ସାରଙ୍ଗଧର ତ୍ରିପାଠୀ କବିତା ପାଠ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ‘ମେଘମହ୍ଲାର’ର ପ୍ରାରମ୍ଭିକ ସଂଗୀତ କଲ୍ୟାଣୀ ନନ୍ଦ ଗାନ କରିଥିôଲେ । ଅଧ୍ୟାପକ କମଳାକାନ୍ତ ଦାଶ ମଂଚ ଆହ୍ୱାନ କରିଥିବାବେଳେ ସ୍ମୃତି ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କବି ଡ. ହରିଶ୍ଚନ୍ଦ୍ର ବେହେରା, ଦୀନବନ୍ଧୁ ଲେଙ୍କା, ଦୀପ୍ତୀଲତା ଦାସ, ଯଶୋଧାରା ଦାସ, ପ୍ରଭାତି ଦାସ ପ୍ରମୁଖଙ୍କ ସମେତ ବହୁ କବି ଓ କବୟିତ୍ରୀ ଏଥିରେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ବସନ୍ତ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ବେହେରା ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ମନୋଜ ଦାସ, ଇନ୍ଦୁଭୂଷଣ କର, ଅରୁଣ ଦେ, ହିମାଂଶୁ ଦାସ, ଚଣ୍ଡୀ ଚରଣ କର ଓ ଶଙ୍କର ଚରଣ ରାଉତଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ