ଶାନ୍ତି ସ୍ରୋତ ଭବନରେ ବିଶ୍ବ ଧ୍ୟାନ ଦିବସ ପାଳନ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବ୍ରହ୍ମା କୁମାରୀସ୍ ତରଫରୁ ଭଞ୍ଜନଗର ଉପସେବା କେନ୍ଦ୍ର ଶାନ୍ତିସ୍ରୋତ ଭବନରେ ବିଶ୍ବ ଧ୍ୟାନ ଦିବସ ପାଳନ ହୋଇଯାଇଛି । ଇତି ଅବସରରେ ଅତିରିକ୍ତ ତହସିଲଦାର ଶ୍ରୀ ଅବିନାଶ କୁମାର ମୋହୋର ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ବର୍ତ୍ତମାନର ବ୍ୟସ୍ତବହୁଳ ସମାଜରେ ଚିନ୍ତାଗ୍ରସ୍ତ ତଥା ବିଚଳିତ ହୋଇଯାଉଥିବା ମନରେ ଏକାଗ୍ରତା ବା ସ୍ଥିରତା ଆଣିବା ନିହାତି ଆବଶ୍ୟକ । ଏଥି ନିମନ୍ତେ ପ୍ରତିଦିନ ସହଜ ରାଜଯୋଗ ଓ ଧ୍ୟାନର ଅଭ୍ୟାସ ଜାରି ରଖିବା ବୋଲି କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ଅଭିଭାଷଣ ପ୍ରଦାନ କରିଥିଲେ । ସମାଜସେବୀ ଶୂଳପାଣି ଭ୍ରାତା ମଧ୍ୟ ଯୋଗ ଦେଇଥିଲେ । ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀ ଉପସ୍ଥିତ ରହି ଧ୍ୟାନର ମହତ୍ତ୍ଵ ବୁଝି ଅଭ୍ୟାସରତ ହେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହେଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ